ଓଡିଏମ୍‌ ଅଧ୍ୟକ୍ଷଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଚନ୍ଦ୍ରଶେଖରପୁର: ପଟିଆସ୍ଥିତ ଓଡିଏମ୍‌ ଶିକ୍ଷାନୁଷ୍ଠାନ ସମୂହର ପ୍ରତିଷ୍ଠାତା ଅଧ୍ୟକ୍ଷ ତଥା ଲେଖକ ଡ. ସତ୍ୟବ୍ରତ ମୀନକେତନଙ୍କ ଦ୍ୱାରା ‘ଆର୍ଟ ଅଫ୍‌ ହୋଲିଷ୍ଟିକ୍‌ ପ୍ୟାରେଟିଙ୍ଗ୍‌’ ସମ୍ପର୍କିତ ଲିଖିତ ପୁସ୍ତକ ‘ୟୁ କ୍ୟାନ ଚେଞ୍ଜ୍‌ ଇୟୋର ଚାଇଲ୍‌ଡ୍ସ ଡେଷ୍ଟିନି’ ଚଳିତ ମାସ ୪ ତାରିଖରେ ଉନ୍ମୋଚିତ ହୋଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁସ୍ତକଟିର ଉଚ୍ଚ ପ୍ରଶଂସା କରି ଲେଖକ ଡ. ମୀନକେତନଙ୍କୁ ଅଭିନନ୍ଦନ ଓ ଧନ୍ୟବାଦ ଦେଇଛନ୍ତି। ଉକ୍ତ ପୁସ୍ତକଟି ବୁଦ୍ଧିଜୀବୀ ଏବଂ ଅଭିଭାବକ ମହଲରେ ଉଚ୍ଚ ପ୍ରଶଂସିତ ହୋଇପାରିଛି।

ସମ୍ବନ୍ଧିତ ଖବର