ଚିଲିକା ଡଙ୍ଗାବୁଡ଼ି ଘଟଣା: ୧୧ ଯାତ୍ରୀଙ୍କୁ ବଞ୍ଚାଇଥିଲେ ବାହାଦୁର ଯୁବକ

ଖୋର୍ଧା: ସେଦିନ ଥିଲା ଜୁନ୍‌ ମାସ ୧୬ ତାରିଖ। ଶେଷ ରଜ ପର୍ବ ଶେଷ ଦିନ। ସନ୍ଧ୍ୟା ନଇଁ ଆସୁଥାଏ। କାଳିଜାଇ ଦର୍ଶନ ସାରି ଫେରୁଥିବା ଡଙ୍ଗାଟି କାଳ ବୈଶାଖୀ ପ୍ରଭାବରେ ଅତର୍କିତଭାବେ ଚିଲିକାରେ ବୁଡ଼ିଗଲା। ସେଥିରେ ଥିବା ୧୫ ଜଣ ଯାତ୍ରୀଙ୍କ ସମେତ ନାବିକ ଓ ଖଲାସୀ ମୋଟ ୧୭ ଜଣ ଚିଲିକାର ଗଭୀର ଜଳରେ ବୁଡ଼ିଗଲେ। ସେମାନଙ୍କ ମଧ୍ୟରୁ ୧୧ ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୬ ଜଣଙ୍କର ସଲୀଳ ସମାଧି ଘଟିିଥିଲା। ତେବେ ଗଭୀର ଜଳରାଶିରେ ବୁଡ଼ିଯାଉଥିବା ଏହି ୧୧ ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିବା ନେଇ ସମସ୍ତେ ବାହାଦୁରୀ ନେବାକୁ ଲାଗିପଡ଼ିଛନ୍ତି। ତେବେ ପ୍ରକୃତରେ ବୁଡ଼ିଯାଉଥିବା ଏହି ଯାତ୍ରୀଙ୍କ ପାଖରେ ପ୍ରଥମେ କିଏ ପହଞ୍ଚିଥିଲା? କେମିତି ପହଞ୍ଚିଲା? ବୁଡ଼ିଯାଉଥିବା ଲୋକଙ୍କୁ କିପରି ଉଦ୍ଧାର କରାଗଲା? ବିପନ୍ନ ଯାତ୍ରୀମାନଙ୍କୁ ଏତେ ଶୀଘ୍ର କିପରି ଉଦ୍ଧାର କରାଗଲା? ଏହି ହିରୋମାନଙ୍କ ସମ୍ପର୍କରେ ଅନୁସନ୍ଧାନ କରାଯିବା ପରେ ଜଣାପଡ଼ିଲା ଯେ ମା କାଳିଜାଇ ମୋଟର ବୋଟ ୱାକର୍‌ସ ୟୁନିୟନର ଯୁବକମାନଙ୍କ ସାହସିକତା ପଦକ୍ଷେପ ଓ ସମୟୋପଯୋଗୀ କାର୍ଯ୍ୟ ଯୋଗୁଁ ସେହି ୧୧ ଜଣ ଯାତ୍ରୀ ନିଶ୍ଚିତ ମୃତ୍ୟୁ ମୁଖରୁ ଉଦ୍ଧାର ପାଇଥିଲେ।

ଘଟଣାଟି ଏପରି ଥିଲା। ସେହି ୧୬ ତାରିଖ ଦିନ ଅପରାହ୍ନ ୪ଟାରେ ମା କାଳିଜାଇ ମୋଟର ବୋଟ ୱାକର୍‌ସ ୟୁନିୟନର ରୋହିତ ବେହେରା କେତେ ଜଣ ଯାତ୍ରୀଙ୍କୁ ନେଇ ଏକ ଡଙ୍ଗାରେ କାଳିଯାଇ ଯାଇଥିଲେ। ଡଙ୍ଗାଟି କାଳ ବୈଶାଖୀ ପ୍ରଭାବରେ ଅତର୍କିତଭାବେ କାଳିଯାଇ ନିକଟରେ ଚିଲିକାରେ ଭାସିିଗଲା। ରୋହିତ ପହଁରି ପହଁରି ପାରିକୁଦ ଗଡ଼କୂଳକୁ ଆସିବା ପରେ ତାଙ୍କର ସହଯୋଗୀମାନଙ୍କୁ ଫୋନ କରି ଘଟଣା ସମ୍ପର୍କରେ ଜଣାଇଥିଲେ। କାଳିଯାଇ ନିକଟରେ ଅଟକି ରହିଥିବା ଯାତ୍ରୀମାନଙ୍କୁ କୂଳକୁ ଆଣିବା ପାଇଁ ସେ ଅନୁରୋଧ କରିଥିଲେ। ଏହାପରେ ମା କାଳିଜାଇ ମୋଟର ବୋଟ ୱାକର୍‌ସ ୟୁନିୟନର ଯୁବକମାନେ ୩ଟି ଡଙ୍ଗା ନେଇ କାଳିଯାଇରୁ ଭାସି ଯାଇ ଥିବା ଡ଼ଙ୍ଗାକୁ ଉଦ୍ଧାର କରିବା ସହିତ କାଳିଜାଇରେ ଅଟକ ଥିବା ଯାତ୍ରୀମାନଙ୍କୁ ଆଣିବା ପାଇଁ ଯାଇଥିଲେ। ଚିଲିକାର ଜଟିଆ ପାହାଡ଼ ଓ କାଳିଜାଇ ମଧ୍ୟରେ ଥିବା ଗଣ୍ଡ ନିକଟରେ ସେମାନେ ପହଞ୍ଚିବା ପରେ କେତେକ ଲୋକ ହାତ ଉପରକୁ ହଲାଇ ଚିତ୍କାର କରୁଥିବା ଦେଖିବା ପରେ ସେମାନେ ସେମାନଙ୍କ ନିକଟକୁ ଯାଇଥିଲୋା ଏହାପରେ ସେମାନଙ୍କ ନିକଟରେ ଥିବା ଜ୍ୟାକେଟ, ରଶି ସାହିଁରେ ବୁଡ଼ି ଯାଉଥିବା ଲୋକଙ୍କୁ ଉଦ୍ଧାର କରିଥିଲେ। ବିପନ୍ନ ଯରତଅୀମାନେ ସେମାନଙ୍କର କେତେକ ସାଥୀ ପାଣିରେ ନିଖୋଜ ଥିବା ବିଷୟ କାନ୍ଦି କାନ୍ଦି କହିବା ପରେ ମା କାଳିଯାଇ ମୋଟର ବୋଟ ୱାକର୍ରସ ୟୁନିୟନର ଯୁବକମାନେ ରାତିପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଅବ୍ୟାହତ ରଖିଥିଲେ। ସେମାନେ ମଧ୍ୟ ଉଦ୍ଧାର କରାଯାଇଥିବା ଯାତ୍ରୀମାନଙ୍କୁ ନେଇ ବାଲୁଗାଁ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ଏହାପରେ ଅନ୍ୟ ଉଦ୍ଧାରକାରୀ ଦଳ ସେମାନଙ୍କୁ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ।

ମା କାଳିଜାଇ ମୋଟର ବୋଟ ୱାକର୍‌ସ ୟୁନିୟନର ଯେଉଁ ଯୁବକମାନେ ଏହି ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ୧୧ ଜଣ ୧୧ ଜଣ ଯାତ୍ରୀଙ୍କୁ ନିଶ୍ଚିତ ମୃତ୍ୟୁ ମୁଖରୁ ଉଦ୍ଧାର କରିଥିଲେ ସେମାନଙ୍କ ମଧ୍ୟରେ ଅଛନ୍ତି ଅକ୍ଷୟ ବେହେରା,ଅରୁଣ ବେହେରା,ଯୋଗୀନାଥ ବେହେରା, ବିପ୍ଳବ ବେହେରା (ଖ), ବସନ୍ତ ବେହେରା, ମଳୟ ବେହେରା, ସଂଗ୍ରାମ ବେହେରା, ପ୍ରଫୁଲ୍ଲ ମହାପାତ୍ର, ଦିଲ୍‌୍ଲୀପ ବେହେରା, ଜୟଶ୍ରୀ ମହାପାତ୍ର, ଚିନ୍ମୟ ବେହେରା, ସଭାପତି ବେହେରା, ଚନ୍ଦନ ବେହେରା, ମନୋଜ ବେହେରା, ସନ୍ତୋଷ ବେହେରା(ଖ), ସ୍ୱାଧୀନ ବେହେରା, ବୁଦ୍ଧଦେବ ବେହେରା, ମିଥୁନ ବେହେରା, ସଂଗ୍ରାମ ବେହେରା, ଶ୍ରୀକାନ୍ତ ବେହେରା,ରବୀନ୍ଦ୍ର ମହାପାତ୍ର, ଦୁର୍ଯ୍ୟୋଧନ ବେହେରା, ବଳରାମ ବେହେରା, ପ୍ରମୁଖ । ସେମାନଙ୍କର ସାହସିକତା ପଦକ୍ଷେପ ଓ ସମୟୋପଯୋଗୀ କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିଛନ୍ତି।

ସମ୍ବନ୍ଧିତ ଖବର