ଶିଶୁ ଦିବସ, ମୁଖ୍ୟମନ୍ତ୍ରୀଙ୍କୁ ଚିତ୍ର ପ୍ରଦାନ କଲେ ଅନାଥାଶ୍ରମ ଅନ୍ତେବାସୀ

ଭୁବନେଶ୍ବର: ବଲାଙ୍ଗୀର ଜିଲ୍ଲା ବାଘକୁଲାସ୍ଥିତ ମାନବ କଲ୍ୟାଣ ସେବାଶ୍ରମର ୪୨ଜଣ ଅନ୍ତେବାସୀ ଶିଶୁଦିବସ ଦିନ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଶିଶୁ ଦିବସ ପାଳନ କରିଛନ୍ତି। ଅନ୍ତେବାସୀମାନେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପରେ ସେମାନେ ଆଙ୍କିଥିବା ଚିତ୍ରକୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ। ମୁଖ୍ୟମନ୍ତ୍ରୀ ପିଲାଙ୍କ ସହ କିଛି ସମୟ ବିତାଇବା ସହ ଶିଶୁ ଦିବସର ଶୁଭେଚ୍ଛା ଜଣାଇଥିଲେ। ସେବାଶ୍ରମର ଅନ୍ତେବାସୀଙ୍କ ସହ ସମୀର ଦିବ୍ୟାଙ୍ଗ ସଂଘର ପ୍ରତିଷ୍ଠାତା କୀର୍ତ୍ତନ ଦାସ, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ବିଶ୍ବପ୍ରତାପ ସାହୁ, ଯୁବନେତା ସ୍ମାରକ ଦାସ, ଅନାଥାଶ୍ରମର ପ୍ରତିଷ୍ଠାତା ଗଣେଶ୍ବର ଭୋଇ, ମୀନ ବହିଦାର, ଡାକ୍ତର ପୁଟେଲ, ମାଧବ ନାୟକ, ସବିତା ବେ‌େହରା, ଦୀପାଞ୍ଜଳି ଭୋଇ, ଚମ୍ପେଶ୍ବର ସାହୁ, ସୀତା‌ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର