ଚକ୍‌ଲେଟ୍‌ ଅଲ୍‌ରାଉଣ୍ଡର ପ୍ରତିଯୋଗିତାର ଦ୍ୱିତୀୟ ସଂସ୍କରଣର ପ୍ରିଲିମ୍ ରାଉଣ୍ଡ : ଆଲୋକ, ମନୁ, ଅରୁନ୍ଧତୀ ଓ ଶୁଭଶ୍ରୀ ଫାଇନାଲିଷ୍ଟ

ଭୁବନେଶ୍ବର: ମହାବିଦ୍ୟାଳୟସ୍ତରରେ ଛାତ୍ରଛାତ୍ରୀମାନଙ୍କର ଗୀତ, ନୃତ୍ୟ, ଅଭିନୟ, ଉପସ୍ଥାପନା ଶୈଳୀ ଇତ୍ୟାଦିରେ ଥିବା ପ୍ରତିଭାର ଚିହ୍ନଟ ଓ ବିକାଶ ପାଇଁ ଲୋକପ୍ରିୟ ଏଫ୍ଏମ୍‌ ଚ୍ୟାନେଲ ରେଡିଓ ଚକ୍‌ଲେଟ୍‌ ୧୦୪ ଏଫ୍ଏମ୍ ଆୟୋଜନ କରୁଛି ଚକ୍‌ଲେଟ୍‌ ଅଲ୍‌ରାଉଣ୍ଡର ପ୍ରତିଯୋଗିତା। ଏହି କାର୍ଯ୍ୟକ୍ରମର ଦ୍ୱିତୀୟ ସଂସ୍କରଣର ପ୍ରିଲିମ୍ ରାଉଣ୍ଡ ଆଜି କେଏମ୍‌ବିବି କଲେଜରେ ଅନୁଷ୍ଠିତ ହୋଇଯାଇଛି। ୨୮ଜଣ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିଥିଲେ। କଣ୍ଠଶିଳ୍ପୀ ପ୍ରଜ୍ଞା ହୋତା ବିଚାରକ ଭାବେ ଯୋଗ ଦେଇଥିଲେ। ଆଜିର ପ୍ରତିଯୋଗିତାରେ ଆଲୋକ କୁମାର ବେହେରା, ମନୁ ପୃଷ୍ଟି, ଅରୁନ୍ଧତୀ ଓ ଶୁଭଶ୍ରୀ ଫାଇନାଲିଷ୍ଟ ବିବେଚିତ ହୋଇଛନ୍ତି। ଏମାନେ ଆଗକୁ ଅନୁଷ୍ଠିତ ହେବାକୁ ଥିବା ଗ୍ରାଣ୍ଡ୍‌ ଫିନାଲେରେ ଅଂଶଗ୍ରହଣ କରିବେ।

ସମ୍ବନ୍ଧିତ ଖବର