ଚକ୍‌ଲେଟ୍‌ ଅଲ୍‌ରାଉଣ୍ଡର୍‌ ପ୍ରତିଯୋଗିତା : ଫାଇନାଲ୍‌ରେ ମାଧୁରୀ, ପ୍ରିୟଶ୍ରୀ, ସନ୍ଦୀପ

ଭୁବନେଶ୍ୱର : ଘରୋଇ ଏଫ୍‌ ଏମ୍‌ ଚ୍ୟାନେଲ୍‌ ରେଡିଓ ଚକ୍‌ଲେଟ୍‌ ପକ୍ଷରୁ ଆରମ୍ଭ ହୋଇଥିବା ‘ଚକ୍‌ଲେଟ୍‌ ଅଲ୍‌ରାଉଣ୍ଡର୍‌ ପ୍ରତିଯୋଗିତା’ର ଆଜି ଥିଲା ଦ୍ୱିତୀୟ ଦିନ। ଏଥିରେ ଜୁପିଟର୍‌ ଡିଗ୍ରି କଲେଜର ପ୍ରାୟ ୩୦ ଜଣ ଛାତ୍ରଛାତ୍ରୀ ନାଚ, ଗୀତ, କମେଡି, ମିମିକ୍ରି ଓ ଗପ କୁହା ଆଦି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଏହାସହ ଅନେକ ଛାତ୍ରଛାତ୍ରୀ ରେଡିଓ ଚକ୍‌ଲେଟ୍‌ର ମୋବାଇଲ୍‌ ଷ୍ଟୁଡିଓରେ ନିଜ ଅନୁଭୂତି ବଖାଣିଥିଲେ। ଆଜିର ପ୍ରତିଯୋଗିତାରେ ମାଧୁରୀ ପଣ୍ଡା, ପ୍ରିୟଶ୍ରୀ ପଣ୍ଡା ଓ ସନ୍ଦୀପ ସିଂହଙ୍କୁ ଫାଇନାଲିଷ୍ଟ୍‍ ଘୋଷଣା କରାଯାଇ ଟେକ୍‌ନୋ ଓ ଓରାଇମୋ ପକ୍ଷରୁ ଉପହାର ପ୍ରଦାନ କରାଯାଇଛି। ଏଥି ସହ ତୁଷାର ମହାପାତ୍ର, ଅଂଶୁମାନ ରଣା ଓ ସ୍ମୃତିପ୍ରଜ୍ଞା ରାଉତଙ୍କୁ ସାନ୍ତ୍ୱନାମୂଳକ ଉପହାର ଦିଆଯାଇଥିଲା। ଆର୍‌ଜେ ନିଲ୍‌, ଆର୍‌ଜେ କୋମଲ୍‌ ଏବଂ ଆର୍‌ ଜେ ଅନିଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମାନସ ପଢ଼ିଆରୀ, ଶ୍ରୀକାନ୍ତ ପଣ୍ଡା, ସୁବ୍ରତ ସ୍ୱାଇଁ, ବ୍ୟୋମକେଶ ବେଦପ୍ରକାଶ, ଅରୁଣ, ତାପସ, ଅବିନାଶ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ପ୍ରାୟ ୩୦୦ରୁ ଊର୍ଧ୍ୱ ଛାତ୍ରଛାତ୍ରୀ ଏଥିରେ ଉପସ୍ଥିତ ଥିଲେ।

ଏହି ଇଭେଣ୍ଟ୍‌ର ପ୍ରାୟୋଜକ ଥିଲେ ଅମୃତ ଓ୍ଵାଟର୍‌, ଚିକ୍‌ନୋ ମୋବାଇଲ୍‌ସ୍‌, ଓରାଇମୋ , ଏଲ୍‌ଆଇସି, ଲକ୍ଷ୍ମୀ ମୋବାଇଲ୍‌ସ୍‌, ବରା କାକରା, ରାପିଡୋବାଇକ୍‌ ଟ୍ୟାକ୍ସି, ଏସ୍‌ବିଆଇ, ସଫଲ ଓ ହ୍ଵାଟ୍ସ୍‌ କୁକିଙ୍ଗ୍‌ ପ୍ରମୁଖ। ଏହାପରେ ହାଇଟେକ୍‌ କଲେଜ, ଗୀତା ଇଂଜିନିୟରିଂ କଲେଜ, ସତ୍ୟସାଇ ମହିଳା ମହାବିଦ୍ୟାଳୟ, ରାଜା ବଗିଚା ସିଟି କଲେଜ, କେଏମ୍‌ବିବି ଇଂଜିନିୟରିଂ କଲେଜ, କିଟ୍‌ କଲେଜରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର