ଚକ୍‌ଲେଟ୍‌ ଅଲ୍‌ରାଉଣ୍ଡର୍‌ ପ୍ରତିଯୋଗିତା

ଫାଇନାଲ୍‌ରେ ଅଭିଷେକ, ଆଶୁତୋଷ ଓ ସୁଚିତ୍ରା

ଭୁବନେଶ୍ୱର: ଓଡ଼ିଶାର ନମ୍ବର-୧ ଘରୋଇ ଏଫ୍‌ଏମ୍‌ ଚ୍ୟାନେଲ୍‌ ରେଡିଓ ଚକ୍‌ଲେଟ୍‌ ପକ୍ଷରୁ ଆରମ୍ଭ ହୋଇଥିବା ‘ଚକ୍‌ଲେଟ୍‌ ଅଲ୍‌ରାଉଣ୍ଡର୍‌ ପ୍ରତିଯୋଗିତା’ର ଆଜି ଥିଲା ତୃତୀୟ ଦିନ। ଗୀତା ଇଂଜିନିୟରିଂ କଲେଜରେ ଆଜି ଏହି ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ୨୫ଜଣ ଛାତ୍ରଛାତ୍ରୀ ନାଚ, ଗୀତ, କମେଡି, ମିମିକ୍ରି ଓ ଗପକୁହା ଆଦି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଆଜିର ପ୍ରତିଯୋଗିତାରେ ଅଭିଷେକ କୁମାର, ଆଶୁତୋଷ ମଲ୍ଲିକ ଓ ସୁଚିତ୍ରା ସାଇଶ୍ରୀ ବେହେରାଙ୍କୁ ଫାଇନାଲିଷ୍ଟ୍‍ ଘୋଷଣା କରାଯାଇ ଟେକ୍‌ନୋ ଓ ଓରାଇମୋ ପକ୍ଷରୁ ଉପହାର ପ୍ରଦାନ କରାଯାଇଛି। ଆର୍‌ଜେ ନିଲ୍‌ ଓ ଆର୍‌ଜେ କୋମଲ୍‌ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମାନସ ପଢ଼ିଆରୀ, ଶ୍ରୀକାନ୍ତ ପଣ୍ଡା, ବେଦପ୍ରକାଶ, ଅରୁଣ, ତାପସ ଓ ଅବିନାଶ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ ଅମୃତ ଓ୍ଵାଟର୍‌, ଚିକ୍‌ନୋ ମୋବାଇଲ୍‌ସ୍‌, ଓରାଇମୋ, ଏଲ୍‌ଆଇସି, ଲକ୍ଷ୍ମୀ ମୋବାଇଲ୍‌ସ୍‌, ବରା କାକରା, ରାପିଡୋବାଇକ୍‌ ଟ୍ୟାକ୍ସି, ଏସ୍‌ବିଆଇ, ସଫଲ ଓ ହ୍ଵାଟ୍ସ୍‌ କୁକିଙ୍ଗ ପ୍ରମୁଖ। ଏହାପରେ ହାଇଟେକ୍‌ କଲେଜ, ସତ୍ୟସାଇ ମହିଳା ମହାବିଦ୍ୟାଳୟ, ରାଜା ବଗିଚା ସିଟି କଲେଜ, କେଏମ୍‌ବିବି ଇଂଜିନିୟରିଂ କଲେଜ ଓ କିଟ୍‌ କଲେଜରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର