ବରିଷ୍ଠ ଚଳଚ୍ଚିତ୍ର ସାମ୍ବାଦିକ ରାଧାନାଥ ମହାପାତ୍ରଙ୍କ ପରଲୋକ

ଭୁବନେଶ୍ୱର: ବରିଷ୍ଠ ଚଳଚ୍ଚିତ୍ର ସାମ୍ବାଦିକ ରାଧାନାଥ ମହାପାତ୍ରଙ୍କର ବୁଧବାର ସକାଳେ ପରଲୋକ ଘଟିଛି। ଦୀର୍ଘ ଦିନ ଧର ସେ ଅସୁସ୍ଥ ଥିଲେ ଓ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କୁ ମୃତ୍ୟୁ ବେଳକୁ ୫୬ ବର୍ଷ ହୋଇଥିଲା। ତାଙ୍କର ବିୟୋଗରେ ଚଳଚ୍ଚିତ୍ର ଜଗତ ଓ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି।

‘ସମ୍ବାଦ’ ରୁ ସାମ୍ବାଦିକତା ଜୀବନ ଆରମ୍ଭ କରିଥିବା ରାଧାନାଥ ମହାପାତ୍ର ରାଜ୍ୟର ଜଣେ ଜଣାଶୁଣା ଚଳଚ୍ଚିତ୍ର ସାମ୍ବାଦିକ ଥିଲେ । ସେ ଇଷ୍ଟର୍ଣ୍ଣ ମିଡିଆ ପକ୍ଷରୁ ପ୍ରକାଶିତ ଚଳଚ୍ଚିତ୍ର ପତ୍ରିକା ‘ସିନେ ସମ୍ବାଦ’ର ସଂଯୋଜକ ଥିଲେ। ଏଥିସହ ସେ ବିଭିନ୍ନ ସମୟରେ ଦୈନିକ ‘ସମୟ’ ଓ ‘ଧରିତ୍ରୀ’, ‘ପ୍ରମେୟ’ ଓ ‘ନିତିଦିନ’ରେ ବରିଷ୍ଠ ସହ-ସଂପାଦକ ଭାବେ କାର୍ଯ୍ୟ କରିଥିଲେ। ଓଡ଼ିଶା ସିନେକ୍ରିଟିକ ଆସୋସିଏସନ ସହ ସକ୍ରିୟ ଭାବେ ଜଡ଼ିତ ରହିବା ସହ ସେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଜୁରିର ସଦସ୍ୟ ଥିଲେ। ୧୯୬୨ ମସିହାରେ ପୁରୀରେ ତାଙ୍କର ଜନ୍ମ ହୋଇଥିଲା । ଚଳଚ୍ଚିତ୍ର ସଂପର୍କୀତ ଆଲୋଚନା ସହ ସେ ଓଡ଼ିଆ ସଂସ୍କୃତି ଆଧାରିତ ବହୁ ପ୍ରବନ୍ଧ ମଧ୍ୟ ରଚନା କରିଛନ୍ତି।

ସମ୍ବନ୍ଧିତ ଖବର