ପୂର୍ବତଟ ରେଳପଥ ପକ୍ଷରୁ ସଫେଇ, ବୃକ୍ଷରୋପଣ

ଭୁବନେଶ୍ୱର: ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ରେଳ ମନ୍ତ୍ରାଳୟ ପକ୍ଷରୁ ଗତ ୧୫ ତାରିଖରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ଦେଶ ସାରା ସ୍ୱଚ୍ଛତା ପକ୍ଷ ପାଳନ କରାଯାଉଛି। ଏହିକ୍ରମରେ ପୂର୍ବତଟ ରେଳପଥ ପକ୍ଷରୁ ସ୍ୱଚ୍ଛତା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇ ରେଳ ଷ୍ଟେସନ ପରିସର, ଟ୍ରେନ୍‌, ରେଳପଥ କାର୍ଯ୍ୟାଳୟ, ମରାମତି କାରଖାନା ଓ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକର ପରିସ୍କାର ପରିଚ୍ଛନ୍ନତା ଦିଗରେ ପଦକ୍ଷେପ ନିଆଯାଉଛି। ସ୍ୱାସ୍ଥ୍ୟକର ପରିବେଶ ପ୍ରତି ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ଅବସରରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଉମେଶ ସିଂହଙ୍କ ନେତୃତ୍ୱରେ ଆଜି ରେଳପଥ ଅଧିକାରୀ ଓ କର୍ମଚାରୀମାନେ ରେଳପଥ ଇଣ୍ଡୋର ଷ୍ଟାଡିୟମ୍‌ ଅଞ୍ଚଳରେ ସଫେଇ କରିବା ସହ ବୃକ୍ଷରୋପଣ କରିଥିଲେ।

ସମ୍ବନ୍ଧିତ ଖବର