‘ଇଟିକିଲି ମିଟିକିଲି’ର ଉଦ୍‌ଯାପନୀ ଉତ୍ସବ

ଭୁବନେଶ୍ୱର : ଉଦ୍‌ଯାପିତ ହୋଇଯାଇଛି ଇଟିକିଲି ମିଟିକିଲି ଉତ୍ସବ। ଜୟଦେବ ଭବନରେ ଅନୁଷ୍ଠିତ ଏହି ଉତ୍ସବର ଉଦ୍‌ଯାପନୀ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଯୋଗ ଦେଇଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ପାତ୍ର ଅନୁଷ୍ଠାନର ଏପରି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ ଶିଶୁମାନଙ୍କ ଭିତରେ ଥିବା ଲୁକ୍କାୟିତ ପ୍ରତିଭାର ବିକାଶ ଉପରେ ଗୁରୁତ୍ୱ ଦେଇଥିଲେ। ଆୟକର କମିସନର ଶରତ କୁମାର ଦାଶ, ଏସେଲ୍‌ ମାଇନିଂ ଆଣ୍ଡ ଇଣ୍ଡଷ୍ଟ୍ରିଜର ସିଇଓ ଅଶୋକ କୁମାର ବଳ, କାଦମ୍ବିନୀର ସଂପାଦିକା ଇତି ସାମନ୍ତ, ଓକେସିଏଲ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମନୋରଞ୍ଜନ ପୋଥାଳ, ବିଜେପି ନେତା ଦିଲ୍ଲୀପ କୁମାର ମହାନ୍ତି, ହରେକୃଷ୍ଣ ଖୁଣ୍ଟିଆ, ସୁଶାନ୍ତ କୁମାର ସାବତ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର ୨୦୦ରୁ ଊର୍ଧ୍ୱ କୃତୀ ପ୍ରତିଯୋଗୀଙ୍କୁ ମାନପତ୍ର ଓ ଫଳକ ପ୍ରଦାନ କରାଯାଇଥିଲା। ଓଡ଼ିଶୀ ନୃତ୍ୟ ଶିଳ୍ପୀ ଦୀପଶି ପଟ୍ଟନାୟକ ଓ ଯକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ରୟାଲ ସାଇନ୍ସ କଲେଜର ଛାତ୍ର ସିଦ୍ଧାନ୍ତ କୁମାର ସାହୁଙ୍କୁ ସମ୍ବର୍ଧିତ କରାଯାଇଥିଲା। ସକାଳେ ଅନୁଷ୍ଠିତ ଅଧିବେଶନରେ ଓଡ଼ିଶୀ ସଙ୍ଗୀତଜ୍ଞ ଗୁରୁ ରାମହରି ଦାସ, କବି ପ୍ରଦୀପ କୁମାର ବିଶ୍ୱାଳ, ଏମ୍‌ସିଏଲ୍‌ର ଭିଜିଲାନ୍‌ସ ଅଧିକାରୀ କେ ଏସ ସିଂହ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଅନୁଷ୍ଠାନର ସଚିବ ଶରତ କୁମାର ନାୟକ ଅନୁଷ୍ଠାନ ସଂପର୍କରେ ସୂଚନା ଦେଇଥିଲେ। ଚିତ୍ତ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିଲେ। ସହ-ସଚିବ ଜୟପ୍ରକାଶ ମିଶ୍ର ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ମୁକ୍ତିକାନ୍ତ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ପ୍ରିୟଦର୍ଶୀ ଶୁଭକାନ୍ତ, ତପତୀ ପାଣିଗ୍ରାହୀ, ଗୟାଧର ପାଣିଗ୍ରାହୀ, ପ୍ରବୀଣା ପରିଡ଼ା, ପ୍ରତିମା ମିଶ୍ର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର