ଓଡ଼ିଶାରେ ହେବ ଜାତୀୟ ପୁଲିସ ଦୌଡ଼ କୁଦ ପ୍ରତିଯୋଗିତା

ପୁଲିସ ଜୁଡୋ କ୍ଲଷ୍ଟର ଉଦ୍‌ଯାପିତ

କଟକ : ଓଡ଼ିଶାରେ ସର୍ବ ଭାରତୀୟ ପୁଲିସ ଦୌଡ଼ କୁଦ ପ୍ରତିଯୋଗିତା ଆୟୋଜନ କରାଯିବ। ଏ ସ˚କ୍ରାନ୍ତରେ ସର୍ବ ଭାରତୀୟ ପୁଲିସ କ୍ରୀଡ଼ା କଣ୍ଟ୍ରୋଲ ବୋର୍ଡକୁ ପ୍ରସ୍ତାବ ଦିଆଯାଇଛି। ଅନ୍ୟପଟେ ରାଜ୍ୟରେ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କଠାରୁ ବାର୍ଷିକ ସ୍ପୋର୍ଟ ଫଣ୍ତ ବାବଦ ଆଦାୟ ଅର୍ଥରାଶୀ ୨୦୧୯ ଏପ୍ରିଲ୍‌ରୁ ୧୦ରୁ ୨୦ ଟଙ୍କାକୁ ବୃଦ୍ଧି ପାଇବ। ଆଦାୟ ଅର୍ଥର ୫୦ ପ୍ରତିଶତ ରାଜ୍ୟ ସରକାର ସର୍ବ ଭାରତୀୟ ପୁଲିସ କ୍ରୀଡ଼ା କଣ୍ଟ୍ରୋଲ ବୋର୍ଡରେ ପୂର୍ବପରି ଦାଖଲ କରିବେ ବୋଲି କହିଛନ୍ତି ଭାରତ ସରକାରଙ୍କ ଗୁଇନ୍ଦା ସ˚ସ୍ଥାର ସ୍ବତନ୍ତ୍ର ନିର୍ଦ୍ଦେଶକ ଅରବିନ୍ଦ କୁମାର। କଟକ ବକ୍ସିବଜାର ପୁଲିସ ପଡ଼ିଆରେ ସର୍ବ ଭାରତୀୟ ପୁଲିସ ଜୁଡୋ କ୍ଲଷ୍ଟର-୨୦୧୮ ପ୍ରତିଯୋଗିତାର ତୃତୀୟ ସ˚ସ୍କରଣ ଉଦ୍‌ଯାପନୀ ଉତ୍ସବରେ ଶ୍ରୀ କୁମାର ଯୋଗ ଦେଇ କହିଛନ୍ତି ଯେ ଓଡ଼ିଶାରେ କ୍ରୀଡ଼ାର ଆୟୋଜନ ପାଇଁ ଉପଯୁକ୍ତ ଭିତ୍ତିଭୂମି ରହିଛି। ଏହି ପ୍ରତିଯୋଗିରେ ଓଡ଼ିଶା ପୁଲିସ ଦଳ ମୋଟ ୫ଟି ପଦକ ହାସଲ କରିଛନ୍ତି। ଏଥିରେ ଜିମ୍ନାଷ୍ଟିକରେ ଗୋଟିଏ ଲେଖାଏ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ପାଇଥିବା ବେଳେ ଉସୁରେ ଦୁଇଟି ରୌପ୍ୟ ଏବ˚ ଗୋଟିଏ ବ୍ରୋଞ୍ଜ ପଦକ ହାସଲ କରିଛି।

ସର୍ବ ଭାରତୀୟ ପୁଲିସ ଜୁଡୋ କ୍ଲଷ୍ଟର-୨୦୧୮ ପ୍ରତିଯୋଗିତା ଗତ ୧୫ ତାରିଖରୁ ଆଜି ପର୍ଯ୍ୟନ୍ତ ଜୁଡୋ, ଟାଇକୋ‌େଣ୍ତା, ଉସୁ, ଜିମ୍ନାଷ୍ଟିକ ବିଭାଗରେ ଆୟୋଜିତ ହୋଇଥିଲା।
ଆଜି ଉଦ୍‌ଯାପନୀ ଉତ୍ସବରେ ପୁଲିସ ଡିଜି ଡାକ୍ତର ଆର‌୍‌.ପି. ଶର୍ମା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ବାହାରୁ ଆସିଥିବା ପ୍ରାୟ ଏକ ହଜାର ପୁଲିସ କ୍ରୀଡ଼ାବିତ୍‌ ପୁରୀ ଓ କୋଣାର୍କ ଯିବା ପାଇଁ ଆବଶ୍ୟକୀୟ ସହଯୋଗ ପ୍ରଦାନ ସମ୍ପର୍କରେ ସୂଚନା ଦେଇଥିଲେ।

କାର୍ଯ୍ୟକ୍ରମରେ ପ୍ରତିଯୋଗିତା ପରିଚାଳନା କମିଟିର ସମ୍ପାଦକ ତଥା ଏଡିଜି ବିନୟତୋଷ ମିଶ୍ର, ଅସିତ ପାଣୀଗ୍ରାହୀ ଅନ୍ୟ ବରିଷ୍ଠ ଆଇପିଏସ୍‌ ଅଧିକାରୀ ଏବ˚ କ୍ରୀଡ଼ା ଅଧିକାରୀ ବିଭୁତି ଭୂଷଣ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର