ରେଡ଼ିଓ ଚକଲେଟ୍‌କୁ ୬ଷ୍ଠ ସିଏମଏସବି ଜାତୀୟ ପୁରସ୍କାର, ଆଞ୍ଚଳିକ ବର୍ଗରେ ଶ୍ରେଷ୍ଠ ରେଡ଼ିଓ ଷ୍ଟେସନ ମାନ୍ୟତା

ଭୁବନେଶ୍ୱର : ରେଡ଼ିଓ ଚକ୍‌ଲେଟ୍‌ ୬ଷ୍ଠ ସିଏମଏସବି ଜାତୀୟ ପୁରସ୍କାର ହାସଲ କରିଛି । ରେଡ଼ିଓ ପ୍ରସାରଣ କ୍ଷେତ୍ରରେ ଉତ୍କର୍ଷତା ପାଇଁ ରେଡ଼ିଓ ଚକ୍‌ଲେଟ୍‌କୁ ଆଞ୍ଚଳିକ ବର୍ଗରେ ଶ୍ରେଷ୍ଠ ରେଡ଼ିଓ ଷ୍ଟେସନ ଚୟନ କରାଯାଇଥିଲା । ରବିବାରଦିନ ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନାସନାଲ ସେଣ୍ଟରଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ରେଡ଼ିଓ ଚକ୍‌ଲେଟ୍‌ ପ୍ରତିନିଧି ରାଜା ସ୍ୱାମୀନାଥନ ଏହି ପୁରସ୍କାର ଗ୍ରହଣ କରିଥିଲେ ।

ସମାଜରେ ସକାରାତ୍ମକ ପ୍ରଭାବ ପକାଉଥିବା କାର୍ଯ୍ୟକ୍ରମ ପ୍ରସାରଣ କ୍ଷେତ୍ରରେ ନିଜର ଅବଦାନ ପାଇଁ ରେଡ଼ିଓ ଚକ୍‌ଲେଟ୍‌କୁ ଏହି ସମାରୋହରେ ପ୍ରସଂଶା କରାଯାଇଥିଲା । ସିଏମଏସବି ବା କାଉନସିଲ ଫର ମିିଡିଆ ଏଣ୍ଡ୍‌ ସାଟେଲାଇଟ୍‌ ବ୍ରଡକାଷ୍ଟିଂ ଭାରତୀୟ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସାମ୍ବାଦିକ ଓ ଗଣମାଧ୍ୟମ ସଂସ୍ଥାମାନଙ୍କୁ ସମ୍ମାନିତ କରିଥାଏ ।

ଠାରେ ଉଲ୍ଲେଖଯୋଗ୍ୟ ଯେ ସମ୍ବାଦ ଗ୍ରୁପ ଅଧିନରେ ଆସୁଥିବା ରେଡ଼ିଓ ଚକଲେଟ୍‌ ଓଡ଼ିଶାର ନଂ୧ ଏଫଏମ ରେଡ଼ିଓ ଷ୍ଟେସନର ମାନ୍ୟତା ପାଇଛି । ଏହା ୪ ମେ ୨୦୦୭ରେ ଆରମ୍ଭ ହୋଇଥିଲା ।

ସମ୍ବନ୍ଧିତ ଖବର