ଓଲିଉଡ୍ରେ ପାଦ ଥାପୁଥିବା ନୂଆ କଳାକାଳମାନଙ୍କ ମଧ୍ୟରେ ସୁପ୍ରିୟାଙ୍କ ସୌନ୍ଦର୍ଯ୍ୟର ଏବେ ଢେର୍ ପ୍ରଶଂସା। ସଦ୍ୟ ମୁକ୍ତିଲାଭ କରିଥିବା ‘ଓନ୍ଲି ପ୍ୟାର୍’ରେ ସେ ଚମତ୍କାର ଅଭିନୟ କରିଛନ୍ତି। ନିଜର ସୌନ୍ଦର୍ଯ୍ୟର ରହସ୍ୟ ଉନ୍ମୋଚନ କରି ସୁପ୍ରିୟା କୁହନ୍ତି, ପ୍ରତ୍ୟେକ ଦିନ ମୁଁ ଗୋଟେ ଲିଟର କ୍ଷୀର ପିଏ। ବାହାର ଫାଷ୍ଟ୍ଫୁଡ୍ ବହୁତ କମ୍ ଖାଏ। ନିଜ ଚେହେରାର ଯତ୍ନ ନେବା ପାଇଁ ହେଲେ, ସବୁବେଳେ ବାହାର ଖାଦ୍ୟ ନଖାଇବାକୁ ଚେଷ୍ଟା କରିବା ଉଚିତ୍। କାରଣ ଏହା ମୁହଁରେ ବ୍ରଣ ଉଠିବାର ପ୍ରମୁଖ କାରଣ ହୋଇଥାଏ।
ସେ କୁହନ୍ତି, ମୁଁ କେବେ ଜିମ୍ ଯାଇନି କିନ୍ତୁ ସକାଳୁ ଧ୍ୟାନ କରିବା ସହ ଦୌଡ଼ିିବାକୁ ଭୁଲି ନଥାଏ। ଯେତେ ଶାରୀରିକ ପରିଶ୍ରମ କରିବ ଶରୀର ପାଇଁ ସେତେ ଭଲ। ଯେଉଁମାନେ ନିଜ ମୁହଁକୁ ଉଜ୍ଜ୍ୱଳ କରିବା ପାଇଁ ଚାହାନ୍ତି, ସେମାନେ ମୋ ଭଳି ସକାଳୁ ଉଠିବା ପରେ ଓ ରାତିରେ ଶୋଇବା ପୂର୍ବରୁ ନଖ ଉଷୁମ ପାଣିରେ ଲେମ୍ବୁ ଚିପୁଡ଼ି ପିଇବା ଉଚିତ୍। ଫଳରେ ଶରୀରରୁ ଅଦରକାରୀ ଚର୍ବି କମିବା ସହିତ ମୁହଁର ଔଜ୍ଜଲ୍ୟ ବଢେ। ମୁଁ ଯେତେଦୂର ସମ୍ଭବ ଖରାଠାରୁ ଦୂରେଇ ରହିବାକୁ ଚେଷ୍ଟା କରେ। ନିୟମିତ ବ୍ୟବଧାନରେ କେଶରେ ତେଲ ଲଗାଏ। ଦିନସାରା ଯେତେ ବ୍ୟସ୍ତ ରହିଲେ ବି ଶୋଇବା ପୂର୍ବରୁ ମୁହଁର ମେକଅପ୍କୁ ଟ୍ରୋନର୍ ମାଧ୍ୟମରେ ସଫା କରି ଶୋଇବାକୁ ଯାଏ। ଯାହା ବୟସ ବଢ଼ିବା ସହ ତ୍ୱଚା ସୁନ୍ଦର ରଖିବାରେ ସହାୟକ ହୁଏ।