ମାର୍ଥା ଭାଇଙ୍କ ମାକ୍ରୋନି ଚାଇନିଜ୍‌ ଫ୍ରାଏ

ପାଟି ଚିକ୍କଣ ପାଇଁ ଯୁବପିଢ଼ିମାନଙ୍କର ଆଦରରେ ସର୍ବାଗ୍ରେ ଫାଷ୍ଟ୍‍ଫୁଡ୍‌ ରହିଥିବା ବେଳେ ଏବେ ପାସ୍ତା ଓ ମାକ୍ରୋନି ସେ ସ୍ଥାନ ନେବା ଆରମ୍ଭ କଲାଣି। ଏ କ୍ଷେତ୍ରରେ ପ୍ରଦୀପ ମାର୍ଥାଙ୍କ ମାକ୍ରୋନିର ସ୍ୱାଦ ନିଆରା। ସହିଦ ନଗର ଦୁର୍ଗା ମଣ୍ଡପ ପାଖରେ ସେ ଖୋଲିଛନ୍ତି ତାଙ୍କର ଏହି ଷ୍ଟଲ୍‌। ମାକ୍ରୋନିକୁ କଡ଼ା ଆଞ୍ଚରେ ଅଳ୍ପ ତେଲରେ ଆଦା ଓ ରସୁଣ ପେଷ୍ଟ, କ୍ୟାପ୍‌ସିକମ୍‌, ମକା ମଞ୍ଜି, ସୈନ୍ଧବ ଲୁଣ, ଗୋଲମରିଚ ଗୁଣ୍ଡ ଦେଇ ପ୍ରସ୍ତୁତ କରିବା ପରେ ଟୋମାଟୋ ସସ୍‌ ଓ ଚିଲିସସ୍‌ରେ ଟସ୍‌ କରି ପରସନ୍ତି। ଚାଇନିଜ୍‌ ମାକ୍ରୋନି ପ୍ରସ୍ତୁତ ହେବା ପରେ ସେଥିରେ କଟା ପିଆଜ, ଧନିଆ ପତ୍ର, ଚାଟ୍‌ ମସଲା ଓ ପାସ୍ତା ମସଲା ସହ କଡ଼ରେ ନିଜ ପ୍ରସ୍ତୁତ ଟୋମାଟୋ ଓ ରସୁଣ ଚଟଣି ପରସନ୍ତି। ପ୍ଲେଟ୍‌ର ଦାମ୍‌ ୫୦ଟଙ୍କା ରହିଥିବା ବେଳେ ସଂଧ୍ୟା ହେଲେ ତାଙ୍କ ଷ୍ଟଲ୍‌ରେ ଲୋକମାନଙ୍କ ପ୍ରବଳ ଭିଡ଼ ହୁଏ। ସତରେ ଖାଇବା ଲୋକ ଜାଣିବ ଏହା କେତେ ସ୍ୱାଦିଷ୍ଟ।

ସମ୍ବନ୍ଧିତ ଖବର