ଛୋଟ ବେଳୁ ଅଭିନୟ ଜଗତରେ ପାଦ ଥାପିଥିବା ସ୍ୱରାଜ ବାରିକ ନାୟକ ସାଜି ପ୍ରଥମ ଚଳଚ୍ଚିତ୍ର ‘ତୁ ମୋ ହିରୋ’ରେ ଦର୍ଶକୀୟ ଆଦୃତି ସାଉଁଟି ରାତାରାତି ଷ୍ଟାର୍ ବନିଯାଇଛନ୍ତି। ପିଲାଳିଆ ସ୍ୱଭାବ ଏବଂ ହସ ପାଇଁ ସେ ଅନେକଙ୍କ ହୃଦୟରେ ବସା ବାନ୍ଧିଥିବା ବେଳେ ପରିପକ୍ୱ ଅଭିନେତା ଭଳି ଅଭିନୟ କରିଛନ୍ତି। ସୁସ୍ଥ, ବଳିଷ୍ଠ ଓ ସୁନ୍ଦର ଚେହେରାରେ ଅନେକ ଝିଅ ପାଗଳ ଥିବା ବେଳେ ସେ ନିଜର ଫିଟ୍ନେସ୍ ପାଇଁ ଅନେକ ମନ୍ତ୍ରକୁ ଜୀବନର ପୁଞ୍ଜି କରିଛନ୍ତି। ଖାଇବା ପିଇବାରେ ସେ ବହୁତ ଚୁଜି। ଫିଟ୍ ରହିବା ପାଇଁ ସକାଳୁ ଭିଜେଇ ରଖିଥିବା ସୋଲା ଓ ମୁଗ ଖାଆନ୍ତି। ଶୋଇବା ବେଳେ କ୍ଷୀର ପିଅନ୍ତି। ମୁହଁକୁ ତାଜା ଓ ସୁସ୍ଥ ରଖିବା ପାଇଁ ବାହାର ତେଲଯୁକ୍ତ ଖାଦ୍ୟଠାରୁ ଦୂରେଇ ରୁହନ୍ତି। ଏହାଦ୍ୱାରା ଦ୍ୱାରା ମୁହଁରେ ବ୍ରଣ ସମସ୍ୟା ହୋଇନଥାଏ ବୋଲି ତାଙ୍କର ବିଶ୍ୱାସ। ଓଜନ ନବଢ଼ିବା ପାଇଁ ନିୟମିତ ବ୍ୟାୟାମ କରନ୍ତି।
ମୁଁ ଖାଇବାରେ ବହୁତ ଚୁଜି : ସ୍ୱରାଜ ବାରିକ
ଫିଟ୍ନେସ୍ ମନ୍ତ୍ର
/sambad/media/post_attachments/wp-content/uploads/2018/02/swaraj.jpg-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)