କମିସନରେଟ୍‌ ପୁଲିସ ସ୍ପେସାଲ ଡ୍ରାଇଭ୍‌

ମାସକରେ ୧୧ ବନ୍ଧୁକ, ୧୩୭ ଗ୍ରାମ ବ୍ରାଉନ ସୁଗାର ଜବତ

ଭୁବନେଶ୍ବର: ନିର୍ବାଚନ ପାଇଁ କମିସନରେଟ୍‌ ପୁଲିସ ଅଧିକ ସଜାଗ ହୋଇଉଠିଛି। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହ ଅପରାଧୀଙ୍କ ଉପରେ ତୀକ୍ଷ୍ଣ ନଜର ରଖିଛି। ଦ୍ବୈତନଗରୀରେ କମିସନରେଟ୍‌ ପୁଲିସର ଗତ ଫେବ୍ରୁଆରି ୧ରୁ ମାର୍ଚ୍ଚ ୧୧ ତାରିଖ ମଧ୍ୟରେ ସ୍ପେସାଲ୍‌ ଡ୍ରାଇଭ ଯୋଗୁଁ ୧୧ଟି ବନ୍ଧୁକ, ୧୩୭.୧ଗ୍ରାମ ବ୍ରାଉନ୍‌ସୁଗାର ଜବତ କରିବା ସହ ୯୦ଲକ୍ଷ ଟଙ୍କା ଜରିମାନା ଆଦାୟ କରିଛି।

ସୂଚନା ମୁତାବକ, କଟକ-ଭୁବନେଶ୍ବରର ବିଭିନ୍ନ ଥାନା ଅଞ୍ଚଳରେ ପୁଲିସ ଚଢ଼ଉ କରି ୬ଟି ମାମଲାରେ ୭ଜଣ ଅପରାଧୀଙ୍କୁ ଗିରଫ କରି ୧୦ଟି ବନ୍ଧୁକ, ଗୋଟିଏ ଖେଳନା ବନ୍ଧୁକ ଓ ୧୬ଟି ଗୁଳି ଜବତ କରିଛି। ବିଭିନ୍ନ ଥାନା ଅଞ୍ଚଳରେ ଚାଲିଥିବା ୧୯୩ଟି ମଦ କାରବାର ମାମଲାରେ ପୁଲିସ ୧୯୩ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୫ଲକ୍ଷ ଲିଟର ଓ ୧୩ ହଜାର ୮ଶହ ବୋତଲ ଦେଶୀ ମଦ ଏବଂ ୮ହଜାର ୮ଶହ ଲିଟର ଓ ୧୨୫ ବୋତଲ ବିଦେଶୀ ମଦ ଜବତ କରିଛି। ୮ଟି ବ୍ରାଉନ୍‌ସୁଗାର ଓ ଗଞ୍ଜେଇ କାରବାର ମାମଲାରେ ୧୫ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ପୁଲିସ ୩ ଲକ୍ଷ ୪୧ହଜାର ଟଙ୍କା, ୧୩୭.୧ ଗ୍ରାମ ବ୍ରାଉନ୍‌ସୁଗାର, ୩୦୩୫୦ କେଜି ଗ‌ଞ୍ଜେଇ, ୨ଟି କାର ଏବଂ ଗୋଟିଏ ବାଇକ୍‌ ଜବତ କରିଛି। ୧୧ ହଜାର ନିଶାସକ୍ତ ଚାଳକଙ୍କଠାରୁ ୫୪,୮୮୫୦୦ଟଙ୍କା ଜରିମାନା ଓ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରିଥିବା ଚାଳକଙ୍କଠାରୁ ୩୪ଲକ୍ଷ ଟଙ୍କା ଜରିମାନା ଆଦାୟ କରିଛି। ଟ୍ରାଫିକ୍‌ ନିୟମ ଉଲ୍ଲଙ୍ଘନ କରିଥିବା ୩୪ହଜାର ୨୮୯ଜଣଙ୍କୁ ପୁଲିସ ନୋଟିସ କରିବା ସହ ଅଭ୍ୟାସଗତ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରୁଥିବା ୨୦ଜଣ ଚାଳକଙ୍କ ଲାଇସେନ୍ସ ରଦ୍ଦ ପାଇଁ ଆର୍‌ଟିଓକୁ ଚିଠି କରିଛି। ସେହିପରି ଗତ ମାସକ ମଧ୍ୟରେ ପୁଲିସ ୬୮୪ଜଣ ଜାମିନ୍‌ବିହୀନ୍‌ ପରୱାନାଙ୍କୁ ଗିରଫ କରିଛି। ସିଆର୍‌ପିସି ଦଫା ୧୧୦ରେ ୬୬ ଜଣ ଅପରାଧୀଙ୍କୁ ଗିରଫ କରିଥିବା ବ‌େଳେ ୪୨ ଜଣଙ୍କୁ ସର୍ତମୂଳକ ଜାମିନ ପ୍ରଦାନ କରାଯାଇଛି।
ଟ୍ରଙ୍କ୍‌ ଭାଙ୍ଗି ୬୦ ହଜାର ଟଙ୍କା ଲୁଟ୍‌ ମାମଲା

ସମ୍ବନ୍ଧିତ ଖବର