କିଟ୍‌ରେ ଲୋକସଂପର୍କ ସମ୍ମିଳନୀ

ଚନ୍ଦ୍ରଶେଖରପୁର: କିଟ୍ ଗଣ ଯୋଗାଯୋଗ ସ୍କୁଲ୍ ପକ୍ଷରୁ ପ୍ରଥମ ଲୋକ ସଂପର୍କ ସମ୍ମିଳନୀ ସ୍କୁଲ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସମ୍ମିଳନୀର ବିଷୟ ବସ୍ତୁ ରହଥିଲା ‘ଲୋକ ସଂପର୍କ: ଗତିଶୀଳ ବିଶ୍ୱରେ ନିଜ କଥା’। ସମ୍ମିଳନୀକୁ ଉଦ୍‌ଘାଟନ କରି ଇଣ୍ଡିଆ ନ୍ୟୁଜ୍‌ର ଗ୍ରୁପ୍ ମ୍ୟାନେଜିଂ ଏଡିଟର ରାଣା ଯଶବନ୍ତ କହିଲେ, ସାଧାରଣ ଲୋକଙ୍କୁ ବୁଝିଲା ଭଳି ଭାଷାରେ ଯିଏ ବୁଝାଇପାରେ ତାଙ୍କର ଲୋକ ସଂପର୍କ ଭଲ ବୋଲି କୁହାଯାଇପାରିବ। ଗଣ ଯୋଗାଯୋଗ କ୍ଷେତ୍ରରେ କେବେ ବି ଜଣେ ଏକ ପାଖିଆ ହେବା ଉଚିତ ନୁହେଁ ବୋଲି ରାଣା କହିଥିଲେ। ଭାରତୀୟ ଲୋକସଂପର୍କ ସୋସାଇଟି ଓଡ଼ିଶା ଚାପ୍ଟରର ଅଧ୍ୟକ୍ଷ ଅମରଜ୍ୟୋତି ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେ, ଲୋକଙ୍କୁ ଆକୃଷ୍ଟ କରିବା ଏବଂ ନିକଟତର ହେବା ପାଇଁ ଏବେ ବିଜ୍ଞାପନ, ଗଣଯୋଗାଯୋଗ ଓ ଲୋକ ସଂପର୍କ କ୍ଷେତ୍ରରେ ବହୁଳ ମାତ୍ରାରେ ବୈଷୟିକ ଜ୍ଞାନ କୌଶଳର ବ୍ୟବହାର କରାଯାଉଛି। କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ହୃଷୀକେଶ ମହାନ୍ତି ଏବଂ କିଟ୍ ଗଣ ଯୋଗାଯୋଗ ସ୍କୁଲ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ହିମାଂଶୁ ଖଟୁଆ ପ୍ରମୁଖ ଉଦ୍‌ବୋଧନ ଦେଇ ଏହି ସମ୍ମିଳନୀ ଅତ୍ୟନ୍ତ ଉପାଦେୟ ବୋଲି ମତ ଦେଇଥିଲେ। ପରେ ଅନୁଷ୍ଠିତ ଅଧିବେଶନରେ ପୂର୍ବତଟ ରେଳବାଇର ମୁଖ୍ୟ ଲୋକସଂପର୍କ ଅଧିକାରୀ ଜ୍ୟୋତି ପ୍ରକାଶ ମିଶ୍ର, ଓଡ଼ିଶା ଖଣି ନିଗମର ପର୍ସୋନେଲ୍ ନିର୍ଦ୍ଦେଶକ ଡ. ଶାନ୍ତନୁ ରଥ ଏବଂ ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର୍‌ର ଓଡ଼ିଶା କର୍ପୋ‌ରେଟ୍‌ କମ୍ୟୁନିକେସନ୍ ମୁଖ୍ୟ ପ୍ରଶାନ୍ତ ହୋତା ପ୍ରମୁଖ ଯୋଗଦେଇ ବିସ୍ତୃତ ଆଲୋଚନା କରିଥିଲେ। ଗ୍ରିଡ୍‌କୋର ଲୋକସଂପର୍କ ପରାମର୍ଶଦାତା ଡ. ଭି. ଆର ରାଜୁ ଅଧିବେଶନ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର