ଭୁବନେଶ୍ୱର: ଏକାଠି ଦେଖିବାକୁ ମିଳିବେ ୪୦ରୁ ଊର୍ଧ୍ୱ ପ୍ରଜାତିର କୁକୁର। ଆମେରିକାନ କକର ସ୍ପାନିଏଲ୍, ଲାବ୍ରାଡର ରେଟ୍ରିଭର, ଫକ୍ସ ଟେରିୟର ସ୍ମଥ୍, ଜର୍ମାନ୍ ସ୍ପିଜ୍, ପମେରିଆନ୍, ଅକିତା, ତାଇବେତାନ୍, ମାଷ୍ଟିଫ୍, ଡୋବରମ୍ୟାନ୍, ଆଲାସ୍କାନ୍ ମାଲାମ୍ୟୁଟ୍, ବାସେଟ୍ ହାଉଣ୍ଡ୍, ଡାଲମେଟିୟାନ୍ ଓ ସାଇବେରିଆନ୍ ହସ୍କି ଭଳି କିସମ କିସମର ୩୦୦ କୁକୁରଙ୍କୁ ଏକାଠି ଦେଖିବାର ସୁଯୋଗ ମିଳିବ ଶ୍ୟାମପୁରସ୍ଥିତ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ଷ୍ଟାଡିୟମ୍ ପରିସରରେ। ଓଡ଼ିଶା କେନେଲ୍ କ୍ଲବ୍ ପକ୍ଷରୁ ଆସନ୍ତାକାଲିଠୁ ୩ ଦିନ ଧରି ଆୟୋଜିତ ହେବ ଏହି ନିଆରା ସୋ। ଲୋକମାନଙ୍କ ମଧ୍ୟରେ କୁକୁରର ବିଭିନ୍ନ ପ୍ରଜାତିକୁ ପରିଚିତ କରାଇବା ଏବଂ ପୋଷା କୁକୁର ରଖିବା ପାଇଁ ଆଗ୍ରହ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏଭଳି ପ୍ରଦର୍ଶନୀର ଆୟୋଜନ ହେଉଛି। କ୍ଲବ୍ ତରଫରୁ ୫୪ ଓ ୫୫ତମ ଏହି ଜାତୀୟସ୍ତରୀୟ ଡଗ୍ ସୋ’ ୩ଟି ପର୍ଯ୍ୟାୟରେ କରାଯିବ।