ଶେଷ ହେଲା ଧଉଳି କଳା ମହୋତ୍ସବ

ଭୁବନେଶ୍ବର: ଶାନ୍ତିସ୍ତୂପ ଧଉଳିରେ ଆୟୋଜିତ ଅନ୍ତର୍ଜାତୀୟ ଧଉଳି କଳା ମହୋତ୍ସବ ଶେଷ ହୋଇଛି। ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସଂଗ୍ରାମ କେଶରୀ ପାଇକରାୟ, ପର୍ଯ୍ୟଟନ ବିଭାଗର ଅତିରିକ୍ତ ନିର୍ଦେଶକ ପ୍ରବୀର ଚକ୍ରବର୍ତୀ, ଚଳଚ୍ଚିତ୍ର ନିର୍ମାତା ସୁବାସ ରଥ, ଶିଳ୍ପୀ କାର୍ତିକ ପ୍ରସାଦ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶିଳ୍ପୀଙ୍କ କଳାକୃତିକୁ ପ୍ରଶଂସା କରିଥିଲେ। ନେପାଳର ଚିତ୍ରଶିଳ୍ପୀ ବିକେ ନରବାହାଦୂର, କୋଲକାତାର ଆଳୟ ଘୋଷାଲ୍‌, ଓଡ଼ିଶାର ପ୍ରମୋଦ କୁମାର ମହାନ୍ତିଙ୍କୁ ଅନ୍ତର୍ଜାତୀୟ ଶିଳ୍ପୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସମାଜସେବୀ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ, ଏସ୍‌ ରାଜୀବ ଗୌରବଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ଶେଷରେ ଆଦ୍ୟାଶା ମିଶ୍ର, ପ୍ରଶାନ୍ତ ସାମଲ ନୃତ୍ୟ ଏବଂ ପବିତ୍ର ନାୟକ ଓ ପ୍ରଶାନ୍ତ ମାଝୀ ସଂଗୀତ ପରିବେଷଣ କରିଥିଲେ।

ସମ୍ବନ୍ଧିତ ଖବର