ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)ର ଦୁଇ କର୍ପୋରେଟର୍ ଆଜି ବିଜେଡିରେ ଯୋଗ ଦେଇଛନ୍ତି। ସେମାନେ ହେଲେ, ଓ୍ଵାର୍ଡ-୧୯ର କଂଗ୍ରେସ କର୍ପୋରେଟର୍ ଜ୍ୟୋତ୍ସ୍ନାରାଣୀ ରାଉତରାୟ ଏବଂ ଓ୍ଵାର୍ଡ-୬୫ର ବିଜେପି କର୍ପୋରେଟର ଜ୍ୟୋତ୍ସ୍ନାମୟୀ ଜେନା। ଏହାବାଦ୍ ପୂର୍ବତନ କର୍ପୋରେଟର ପ୍ରତାପ ରାଉତରାୟଙ୍କ ସମେତ ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଜେଡିରେ ସାମିଲ୍ ହୋଇଛନ୍ତି। ଏବେ ବିଏମ୍ସିରେ ବିଜେଡି ସମର୍ଥିତ କର୍ପୋରେଟର୍ଙ୍କ ସଂଖ୍ୟା ୬୫କୁ ଛୁଇଁଛି। ବିଏମ୍ସିର ଆଉ ମାତ୍ର ଦୁଇ ଜଣ ବିଜେପି କର୍ପୋରେଟର୍ ଅଛନ୍ତି। ଦୁଇ କର୍ପୋରେଟର ଓ ବହୁ ବିଜେପି ଓ କଂଗ୍ରେସ କର୍ମୀ ଦଳରେ ଯୋଗ ଦେବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଏହି ମିଶ୍ରଣ ଦଳକୁ ଅଧିକ ମଜଭୁତ୍ କରିବ। ସେହିପରି ଦୁଇ କର୍ପୋରେଟର୍ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ଓ ସ୍ୱଚ୍ଛ ନେତୃତ୍ୱ ପ୍ରତି ଆକର୍ଷିତ ହୋଇ ଆମେ ବିଜେଡିରେ ଯୋଗଦେଲୁ। ଆଜି ଆୟୋଜିତ ମିଶ୍ରଣ ପର୍ବରେ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା, ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ବାବୁ ସିଂହ, ଡେପୁଟି ମେୟର କେ.ଶାନ୍ତି, ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ, ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ଭାରତୀ ସିଂହ, ଛାତ୍ର ବିଜେଡି ଉପଦେଷ୍ଟା ଚିନ୍ମୟ ସାହୁ ଏବଂ ଭୁବନେଶ୍ୱର ଜୋନ୍ ସଭାପତି ଅଜିତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
ବିଜେଡିରେ ମିଶିଲେ କଂଗ୍ରେସ ଓ ବିଜେପି କର୍ପୋରେଟର୍
/sambad/media/post_attachments/wp-content/uploads/2018/06/bjd-joining.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)