ଓଡ଼ିଶା ଜଳ ବିଭାଜିକା ଠିକା କର୍ମଚାରୀ ସଂଘର ଧାରଣା

ଭୁବନେଶ୍ୱର : ୫ ଦଫା ଦାବି ନେଇ ଆଜି ଓଡ଼ିଶା ଜଳ ବିଭାଜିକା ଠିକା କର୍ମଚାରୀ ସଂଘର ବିଧାନସଭା ସମ୍ମୁଖରେ ଧାରଣା ଆରମ୍ଭ ହୋଇଛି। ସଭାପତି ହଜାରୀ ରାଉତଙ୍କ ନେତୃତ୍ୱରେ ସଂଘର କର୍ମକର୍ତାମାନେ ଏଥିରେ ସାମିଲ ହୋଇଛନ୍ତି।

ସଂଘର ଦାବି ମଧ୍ୟରେ ରହିଛି, ମୃତ୍ତିକା ସଂରକ୍ଷଣ ସଂପ୍ରସାରଣ କର୍ମୀ ପଦବି ପାଇଁ କରାଯାଇଥିବା ଲିଖିତ ପ୍ରକ୍ରିୟାକୁ ବନ୍ଦ କରାଯାଇ ସମସ୍ତ ଡବ୍ଲ୍ୟୁଏମ୍‌ଟିମାନଙ୍କୁ ସେହି ପଦବିରେ ସ୍ଥାୟୀ ନିଯୁକ୍ତି ଦିଆଯାଉ। କାର୍ଯ୍ୟରତ ଡବ୍ଲ୍ୟୁଏମ୍‌ଟିଙ୍କୁ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ପୁନଃବିନ୍ୟାସ କରି ଉଚ୍ଚ ବେତନରେ ଥଇଥାନ କରାଯାଉ। ଡବ୍ଲ୍ୟୁଏମ୍‌ଟିଙ୍କ କ୍ଷେତ୍ରରେ ସମାନ କାମକୁ ସମାନ ଦରମା ଲାଗୁ କରିବା, ୧୦ ଦିନରେ ଭିତରେ ଡବ୍ଲ୍ୟୁଏମ୍‌ଟିଙ୍କ ଚୁକ୍ତି ନବୀକରଣ କରାଯାଉ। ଏହାସହ ଡବ୍ଲ୍ୟୁଏମ୍‌ଟିଙ୍କ କ୍ଷେତ୍ରରେ ଭବିଷ୍ୟନିଧି ପାଣ୍ଠି ଲାଗୁ କରିବାକୁ ସଂଘ ପକ୍ଷରୁ ଦାବି ହୋଇଛି। ଜଳ ବିଭାଜିକା ଉନ୍ନୟନ ମିସନ୍‌ ଅଧୀନରେ ୭୪୧ଜଣ କର୍ମଚାରୀ ୧୫ବର୍ଷରୁ ଅଧିକ ସମୟ ଧରି ଅଳ୍ପ ବେତନରେ କାର୍ଯ୍ୟ କରୁଛନ୍ତି। ତେଣୁ ସଂଘର ଦାବି ପୂରଣ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଧାରଣାକାରୀ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର