ତେଲ ତାତି: ସିପିଆଇର ବିକ୍ଷୋଭ

ଭୁବନେଶ୍ୱର : ବାଇକ୍‌ ଚାଳକଠାରୁ ଆରମ୍ଭ କରି ବିଧାନସଭା ପର୍ଯ୍ୟନ୍ତ ସବୁଠି ତେଲ ତାତି। ଅନ୍ତର୍ଜାତୀୟ ବଜାରରେ ତୈଳଦର କମ୍‌ ଥିବା ବେଳେ ଏଠାରେ ପ୍ରତିଦିନ ଦରବୃଦ୍ଧି ଘଟୁଛି। ଡିଜେଲ ଓ ପେଟ୍ରୋଲ ଦର ସର୍ବକାଳୀନ ରେକର୍ଡ ଭାଙ୍ଗିଛି। ଏହାର ପ୍ରତିବାଦରେ ସିପିଆଇ ପକ୍ଷରୁ ଭୁବନେଶ୍ୱରର ରାଜମହଲଠାରେ ବିକ୍ଷୋଭ ଓ ପ୍ରତିବାଦସଭା ଅନୁଷ୍ଠିତ ହୋଇଛି। ସିପିଆଇ ଜୋନ୍‌ ସମ୍ପାଦକ ସୁର ଜେନାଙ୍କ ନେତୃତ୍ୱରେ କୈଳାଶ ପୁହାଣ, ରୀତା ସେଠୀ, ସସ୍ମିତା ନାୟକ, ସବିତା ବେହେରା, ରବା ବେହେରା, ଭଗବାନ ଡାକୁଆ, ମଙ୍ଗଳା ସେଠୀ ଓ ପ୍ରଦୀପ୍ତ ଦାସ ପ୍ରମୁଖ ଶୋଭାଯାତ୍ରାରେ ଆସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସିପିଆଇ ରାଜ୍ୟ କାର୍ଯ୍ୟାଳୟ ଭଗବତୀ ଭବନଠାରୁ କର୍ମୀମାନେ ଶୋଭାଯାତ୍ରାରେ ବାହାରି ରାଜମହଲରେ ପହଞ୍ଚିଥିଲେ। ଟ୍ରଲି ଉପରେ ସ୍କୁଟର ରଖି ଅଭିନବ ପ୍ରତିବାଦ କରିବା ସହ କେନ୍ଦ୍ର ସରକାର ରିଲାଏନ୍ସ୍‌ ଓ ଅନ୍ୟ ତୈଳ କମ୍ପାନିମାନଙ୍କୁ ମୁନାଫା ଦେବା ପାଇଁ ଗରିବ ମଧ୍ୟବିତ୍ତ ପରିବାରଙ୍କଠାରୁ ଟିକସ ଆଳରେ ଲୁଟ କରୁଛନ୍ତି ବୋଲି ସେମାନେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର