୨୦୧୭ରେ ୭୪ ଜଣ ଠକଙ୍କୁ ଜେଲ୍‌ ପଠାଇଛି କ୍ରାଇମବ୍ରାଞ୍ଚ୍‌

ଭୁବନେଶ୍ୱର : କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ବିଗତ ୨୦୧୭ ମସିହାରେ ୨୬ଟି ମାମଲା ରୁଜୁ କରିଥିବାବେଳେ ଏହି ସମସ୍ତ ମାମଲାରେ ୭୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେଥିମଧ୍ୟରୁ ଗୋଟିଏ ଚିଟଫଣ୍ଡ୍‌ ସଂପର୍କିତ ମାମଲା ହୋଇଥିବାବେଳେ ୬ଟି ବ୍ୟାଙ୍କ ଠକେଇ ଓ ଅନ୍ୟାନ୍ୟ ଠକେଇ ମାମଲା ରହିଛି। ୩୩ଟି ମାମଲାର ଚୂଡ଼ାନ୍ତ ଚାର୍ଜସିଟ୍‌ କୋର୍ଟରେ ଦାଖଲ ହୋଇଛି। ୨୧ଟି ଚର୍ଚିତ ମାମଲାର ଚାର୍ଜସିଟ୍‌ ମଧ୍ୟ ଦାଖଲ କରାଯାଇଛି। ମାମଲାଗୁଡ଼ିକ ମଧ୍ୟରୁ ଏଯାଏ ୫ଟି ମାମଲାରେ କୋର୍ଟ ୫ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ବୋଲି କ୍ରାଇମବ୍ରାଞ୍ଚ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର