ସାଇକେଲ୍‌ରେ ନନ୍ଦନକାନନ

ଭୁବନେଶ୍ବର: ପ୍ରକୃତିପ୍ରେମୀଙ୍କୁ ଉତ୍ସାହିତ କରିବା ପାଇଁ ପ୍ରକୃତି ପଦଯାତ୍ରା କ୍ରମରେ ଯୋଡ଼ି ହୋଇଛି ସାଇକେଲ୍‌ ଯାତ୍ରା। ଏହି ଅବସରରେ ଆଜି ଟ୍ବିନ୍‌ ସିଟିର କିଛି ପରିବେଶପ୍ରେମୀ ସାଇକେଲ୍‌ରେ ନନ୍ଦନକାନନ ଯାତ୍ରା କରିଥିଲେ। ବିଡିଏ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ପ୍ଲେ ବୁକ୍ କନ୍‌ସଲ୍‌ଟାନ୍ସି ପରିଚାଳନା କରିଥିଲା। ନନ୍ଦନକାନନ ଫାଟକ ନିକଟରୁ ସାଇକେଲିଂ ଟ୍ରେଲ୍‌ ଆରମ୍ଭ ହୋଇ ଗ୍ଲାସ୍‌ ହାଉସ୍‌ରେ ଶେଷ ହୋଇଥିଲା। ସାଇକେଲ୍‌ରେ ଯାତ୍ରା କରିଥିବା ପ୍ରକୃତିପ୍ରେମୀ ଗାର୍ଡେନ୍‌ରେ ୫୫ କିସମର ଗୋଲାପ ଫୁଲ, ୧୨୦୦ କିସମର ଗଛର ସୌନ୍ଦର୍ଯ୍ୟକୁ ଉପଭୋଗ କରିଥିଲେ।

ସମ୍ବନ୍ଧିତ ଖବର