ଘୁଞ୍ଚିଲା ଛାତ୍ରଛାତ୍ରୀଙ୍କ ସାଇକେଲ ଶୋଭଯାତ୍ରା

ଭୁବନେଶ୍ୱର : ଶିଶୁ ଦିବସ ଅବସରରେ ବିଦ୍ୟାଳୟ ଛାତ୍ର୍ରଛାତ୍ରୀଙ୍କୁ ନେଇ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ସାଇକେଲ୍‌ ଶୋଭାଯାତ୍ରାକୁ ଗୋଟିଏ ଦିନ ଘୁଞ୍ଚାଇ ଦିଆଯାଇଛି। ନଭେମ୍ବର ୧୪ ପରିବର୍ତେ ଏହା ୧୫ ତାରିଖରେ ଅନୁଷ୍ଠିତ ହେବ। ଫରେଷ୍ଟ ପାର୍କ ନିକଟରୁ ଆରମ୍ଭ ହେବାକୁ ଥିବା ଏହି ସାଇକେଲ୍‌ ଶୋଭାଯାତ୍ରାରେ ୬୦୦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ। ସକାଳ ୮ଟାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ର୍ରି ନାରାୟଣ ପାତ୍ର ଫରେଷ୍ଟ ପାର୍କ ଛକରେ ପତାକା ଦେଖାଇ ଶୋଭାଯାତ୍ରାର ଶୁଭାରମ୍ଭ କରିବେ। ଫରେଷ୍ଟ ପାର୍କ ଛକରୁ ଛାତ୍ରଛାତ୍ରୀମାନେ ଶିଶୁଭବନ ଛକ-ମାଷ୍ଟରକ୍ୟାଣ୍ଟିନ୍‌-ରାମମନ୍ଦିର-ବାୟାବାବା ମଠ-ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ନିକଟରେ ପହଞ୍ଚିବା ପରେ ସେଠାରୁ ୟୁନିଟ୍‌-୯ସ୍ଥିତ ସରକାରୀ ବାଳକ ବିଦ୍ୟାଳୟ ପରିସରରେ ଯାତ୍ର୍ରା ଶେଷ କରିବେ।

ସମ୍ବନ୍ଧିତ ଖବର