ସ୍ୱଚ୍ଛତା ନେଇ ‘ସଂଯୋଗ’ର ସାଇକେଲ ଶୋଭାଯାତ୍ରା

ଭୁବନେଶ୍ୱର : ‘ସ୍ୱଚ୍ଛ ଭାରତ ଅଭିଯାନ’ ସଚେତନତା ଉପଲକ୍ଷେ ଭାରତୀୟ ତୈଳ ନିଗମ ଲିମିଟେଡ ସହଯୋଗରେ ସଂଯୋଗ ନାଟ୍ୟାନୁଷ୍ଠାନ ପକ୍ଷରୁ ଏକ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ରାମ ମନ୍ଦିର ସମ୍ମୁଖରୁ ଏହି ଶୋଭାଯାତ୍ରା ବାହାରି ମାଷ୍ଟରକ୍ୟାଣ୍ଟିନ ଛକରେ ପହଞ୍ଚିଥିଲା। ଏହି ଶୋଭାଯାତ୍ରାକୁ ଦକ୍ଷିଣ-ପୂର୍ବକ୍ଷେତ୍ର ପାଇପଲାଇନ୍ସ, ଭୁବନେଶ୍ୱରର ଅଧିକାରୀ ପି.ସି ଚୌବେ, ଏସ୍‌. ପଟ୍ଟନାୟକ, ସଞ୍ଜୀବ ସାମଲ ପ୍ରମୁଖ ଉଦ୍‌ଘାଟନ କରିଥିଲେ। ଶୋଭାଯାତ୍ରା ମାଷ୍ଟରକ୍ୟାଣ୍ଟିନରେ ପହଞ୍ଚିବା ପରେ ସେଠାରେ ଜଳ ଓ ପରିମଳ ପ୍ରସଙ୍ଗକୁ ନେଇ ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଥିଲା।

ରଞ୍ଜନ ନାୟକ ନାଟକର ରଚନା ସହ ନିର୍ଦେଶନା ଦେଇଥିଲେ। ବାପି, ବିଭୁ, ଶମ୍ଭୁ, ନିନୀତା, ମାନସ, ଡିକେ, ଗଗନ ଓ ଲକି ପ୍ରମୁଖ ନାଟକରେ ଅଭିନୟ କରିଥିଲେ।

ସମ୍ବନ୍ଧିତ ଖବର