ଅଭୁଲା ଚଗଲା ଦିଗ : ‘ତେନ୍ତୁଳି ଗଛ କୋରଡ଼ରେ ବସ୍ତାନି ରଖି ବୁଲେ’ ଦୈତାରି ପଣ୍ଡା

0 374

ମୁଁ ପାଠ ପଢ଼ିବାକୁ ଜମା ପସନ୍ଦ କରେନି। ସେତେବେଳେ ଆମ ଗାଁ ଠାରୁ ପ୍ରାୟ ୫ କିମି ଦୂରରେ ଥିବା ଏକ ସ୍କୁଲରେ ମୋ ବାପା ମୋ ନାଁ ଲେଖାଇ ଦେଇଥାନ୍ତି। ବହୁ ହିଡ଼ ଓ ବିଲ ହୋଇ ମତେ ସ୍କୁଲ ଯିବାକୁ ପଡ଼େ। ମୋର ପାଠ ହେଉ ନଥିବାରୁ ସ୍କୁଲରେ ପ୍ରବଳ ମାଡ଼ ଖାଇବା ସହ ପ୍ରାୟ ସମୟ ଆଣ୍ଠଉଥିଲି। ମାଡ଼ ଭୟରେ ଅଧିକାଂଶ ଦିନ ମୁଁ ସ୍କୁଲ ଯାଏନା। ଘରୁ ବାହାରି ଆସି ସ୍କୁଲ ରାସ୍ତାରେ ପଡ଼ୁଥିବା ଏକ ତେନ୍ତୁଳି ଗଛ କୋରଡ଼ରେ ବସ୍ତାନି ରଖି ବସେ ବା ବୁଲାବୁଲି କରି ୪ଟା ବେଳେ ଘରକୁ ଫେରେ। ମୋ ମା’ ବି ଭାରି ରୋଗୀଣା ଥିଲେ। ସେ ବେଳେବେଳେ ମତେ କହିଦିଏ, ବୁଢ଼ା ତୁ ଆଜି ସ୍କୁଲ୍‌ ଯାଆନି। ଟିକେ ରୋଷେଇ କରିଦେବୁ। ସେଦିନ ସ୍କୁଲ ଯିବାକୁ ପଡ଼ିବନି ବୋଲି ମୋ ଖୁସିର ସୀମା ରୁହେନି। ମା’ ଶୋଉଥିଲେ ଓ ମୁଁ ରନ୍ଧାବଢ଼ା କରୁଥିଲି। ସେ ଭିତରେ ମୁଁ ରୋଷେଇରେ ପାରଙ୍ଗମ ହୋଇଯାଇଥିଲି।

ଦିନକର କଥା ମୁଁ ସ୍କୁଲ ନଯାଇ ସେଇ ତେନ୍ତୁଳି ଗଛ କୋରଡ଼ରେ ବସିଥିଲି। ଆମ ଗାଁର ଜଣେ ଲୋକ ମତେ ଦେଖି ସ୍କୁଲ୍‌ରେ ଯାଇ କହିଦେଲେ। ତା’ ପରେ ଯୋଉ ମାଡ଼…। ଆଜି ଯାଏଁ ବି ଭୁଲିନି। ସେବେଠୁ ଅର୍ଥାତ୍‌ ଷଷ୍ଠରୁ ହିଁ ମୋ ପାଠ ପଢ଼ାରେ ଡୋରି ବନ୍ଧା ହୋଇଯାଇଥିଲା। ତା’ପରେ ମା’କୁ ରୋଷେଇବାସରେ ସାହାଯ୍ୟ କରି ମା’ର ବଡ଼ ପୁଅ ନୁହେଁ ଝିଅ ପାଲଟି ଯାଇଥିଲି। ପାଠ ଛାଡ଼ିଛି ବୋଲି ଆଜି ଯାଏଁ ମୁଁ କେବେ ଦୁଃଖ କରିନି। ଓଲଟା ପାଠରୁ ମୁକ୍ତି ପାଇଥିବାରୁ ବହୁତ ଖୁସି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.