ଭୁବନେଶ୍ୱର : ଭୁବନେଶ୍ବରର ୮ଟି ଡାନ୍ସବାର୍ରେ ୩୮ ଜଣ ଝିଅ ନାଚୁଛନ୍ତି। ଏମାନଙ୍କୁ ନୃତ୍ୟ ପରିବେଷଣ କରିବା ପାଇଁ ସରକାର ସ୍ବୀକୃତି ଦେଇଛନ୍ତି। ଏଥିପାଇଁ ସରକାର କୌଣସି ଅତିରିକ୍ତ ରାଜସ୍ବ ପାଉନାହାନ୍ତି। ଏହି ୮ଟି ବ୍ୟତିତ ଆହୁରି ୭ଟିରେ ଏଭଳି ନୃତ୍ୟ ପରିବେଷଣ କରିବା ପାଇଁ ସରକାରଙ୍କୁ ଆବେଦନ କରାଯାଇଛି। ସରକାର ସ୍ବୀକୃତି ଦେଲେ ସେହି ୭ଟିରେ ମଧ୍ୟ ଝିଅମାନେ ନାଚ କରିବେ। ଏଭଳି ତଥ୍ୟ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରି ଆଜି ବିଧାନସଭାରେ ରଖିଛନ୍ତି। ଗଣେଶ ରାମ ସିଂହ ଖୁଣ୍ଟିଆଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ସେ ଏହି ସରକାରୀ ତଥ୍ୟ ଉପସ୍ଥାପନ କରିଛନ୍ତି। ତେବେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଉଲଗ୍ନ ନୃତ୍ୟ ହେଉଥିବା ନେଇ ସମ୍ପୃକ୍ତ ବିଧାୟକ ପ୍ରଶ୍ନ କରିଥିଲେ ମଧ୍ୟ ଏ ନେଇ ଖବର ନଥିବା ମନ୍ତ୍ରୀ କହିଛନ୍ତି। ବାପୁଜୀ ନଗର କ୍ବାଲିଟି ଫୁଡ୍ ଏଣ୍ଟରପ୍ରାଇଜେସ୍ ରେଷ୍ଟୁରାଣ୍ଟରେ ୨ ଜଣଙ୍କୁ ନାଚିବା ପାଇଁ ଅନୁମତି ମିଳିଥିବା ବେଳେ ପାଣ୍ଡରା ଗ୍ରିନ୍ଫିଲ୍ଡରେ ୬ ଜଣ, ଅଶୋକା ଓ ଲାଇଭ୍ ୯ଅପ୍ରେ ୭ ଜଣ ଲେଖାଏ, ୱାଗତ୍ରେ ୪ ଜଣ, ହୋଟେଲ ଏକାମ୍ର ରେଷ୍ଟୁରାଣ୍ଟରେ ୨ ଜଣ, ହୋଟେଲ ଦିପ୍ତୀ ଓ ରେନ୍ ଦ କ୍ଲବରେ ରେ ୫ ଜଣ ଲେଖାଏ ନାଚିବାକୁ ସରକାର ସ୍ବୀକୃତି ଦେଇଛନ୍ତି।
ଭୁବନେଶ୍ବରର ୮ ଡାନ୍ସ ବାର୍ରେ ନାଚୁଛନ୍ତି ୩୮ ଝିଅ
/sambad/media/post_attachments/wp-content/uploads/2020/02/dance-bar.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)