ସ୍ୱକୀୟା ବାର୍ଷିକ ନୃତ୍ୟ ଉତ୍ସବ

ଭୁବନେଶ୍ୱର: ସ୍ୱକୀୟା ଫାଉଣ୍ଡେସନ୍‌ ଟ୍ରଷ୍ଟ ପକ୍ଷରୁ ଆଜି ବାର୍ଷିକ ନୃତ୍ୟ ଉତ୍ସବ ‘ସ୍ୱକୀୟା’ ସ୍ଥାନୀୟ ଭଞ୍ଜକଳା ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମର୍ଦ୍ଦଳ ଗୁରୁ ଧନେଶ୍ୱର ସ୍ୱାଇଁ, ପଦ୍ମଶ୍ରୀ ଗୁରୁ ଅରୁଣା ମହାନ୍ତି, ପଫେସର ଗୁରୁ ନବକିଶୋର ମିଶ୍ର, ଗୁରୁ ବିଚିତ୍ରାନନ୍ଦ ସ୍ୱାଇଁ, କେଦାର ମିଶ୍ର ଓ ମର୍ଦ୍ଦଳ ଗୁରୁ ବନମାଳି ମହାରଣା ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ପ୍ରଥମେ ରୁଦ୍ରାକ୍ଷ ଫାଉଣ୍ଡେସନ୍‌ ଦ୍ୱାରା ସୂର୍ଯ୍ୟସ୍ମୃତି ନୃତ୍ୟ ପରିବେଷିତ ହୋଇଥିଲା। ଦ୍ୱିତୀୟରେ ସ୍ୱକୀୟା ଫାଉଣ୍ଡେସନ୍‌ର ଶିଳ୍ପୀମାନେ ସ୍ଥାୟୀ ଓ ବସନ୍ତ ପଲ୍ଲବୀ ନୃତ୍ୟ ପରିବେଷଣ କରିଥିଲେ। ରଜ ପର୍ବ, ଶଙ୍କରାଭରଣ ପଲ୍ଲବୀ, କୁଆଁର ପୁନେଇ ଓ ସମ୍ବଲପୁରୀ ନୃତ୍ୟରେ ଉପସ୍ଥିତ ଦର୍ଶକ ବିମୋହିତ ହୋଇଯାଇଥିଲେ। ପରେ ପରେ ଓଡ଼ିଶୀ ଡ୍ୟାନ୍ସ ଏକାଡେମିର ରୁଦ୍ର ପ୍ରସାଦ ସ୍ୱାଇଁ ଓ ଅନନ୍ୟା ପରିଡ଼ା ଓଡ଼ିଶୀ ନୃତ୍ୟର ଯୁଗଳବନ୍ଦୀ ପ୍ରକୃତି ପୁରୁଷ ପରିବେଷଣ କରିଥିଲେ। ଶେଷରେ ନୃତ୍ୟ ନୈବେଦ୍ୟ ଅନୁଷ୍ଠାନର ଗୁରୁ ପ୍ରଭାତ କୁମାର ସ୍ୱାଇଁଙ୍କ ତତ୍ତ୍ୱାବଧାନରେ ନୃତ୍ୟ ନବରସ ପରିବେଷିତ ହୋଇଥିଲା। ଅନୁଷ୍ଠାନର ପ୍ରତିଷ୍ଠାତା ଯୁଧିଷ୍ଠିର ନାୟକ, କର୍ମକର୍ତା ସୁଶାନ୍ତ କୁମାର ବେହେରା ଓ ନୀଳାଦ୍ରି ସାମଲ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଡ.ମୃତ୍ୟୁଞ୍ଜୟ ରଥ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର