ନୃତ୍ୟ ମହୋତ୍ସବ ‘ଉର୍ଜା-୨୦୧୮’

ଗୁରୁ ଧନେଶ୍ୱର ସ୍ୱାଇଁ ପାଇଲେ ‘ଦ୍ରୋଣାଚାର୍ଯ୍ୟ’ ସମ୍ମାନ

ଭୁବନେଶ୍ୱର: ‘ପଦାମୃତ ଡ୍ୟାନ୍ସ ଏକାଡେମି’ ପକ୍ଷରୁ ନୃତ୍ୟ ମହୋତ୍ସବ ‘ଉର୍ଜା-୨୦୧୮’ ଆଜି ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ଅରୁଣା ମହାନ୍ତି ଯୋଗ ଦେଇଥିବା ବେଳେ ଗୁରୁ ବିଚିତ୍ରାନନ୍ଦ ସ୍ୱାଇଁ ଓ ବେହେଲା ବାଦକ ସୁରମଣୀ ରମେଶ ଚନ୍ଦ୍ର ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ମର୍ଦ୍ଦଳ ବାଦକ ଗୁରୁ ଧନେଶ୍ୱର ସ୍ୱାଇଁଙ୍କୁ ‘ଦ୍ରୋଣାଚାର୍ଯ୍ୟ’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ତାଙ୍କୁ ୫ ହଜାର ଟଙ୍କା ଅର୍ଥ ରାଶି ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରତିଭାବାନ୍‌ ନୃତ୍ୟଶିଳ୍ପୀଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ଏହାପରେ ଅନୁଷ୍ଠାନ ପକ୍ଷରୁ ସାଂସ୍କତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମକୁ ପଦାମୃତର ପ୍ରତିଷ୍ଠାତା ନିର୍ଦ୍ଦେଶକ ବିଜନ ପଲାଇ ପରିଚାଳନା କରିଥିଲେ। ଶ୍ରୀନିବାସ ଘଟୁଆରୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର