ବିପଦ ସଂକୁଳ ୧୧ କେଭି ବିଦ୍ୟୁତ୍‌ ଖୁଣ୍ଟ

ପୁରୁଣା ଭୁବନେଶ୍ୱର : ଗ୍ୟାରେଜ୍‌ ଛକସ୍ଥିତ ଦୟା ୱେଷ୍ଟ୍‌ କେନାଲ ବ୍ରିଜ୍‌ ନିକଟରେ ଥିବା ଏକ ୧୧ କେଭି ବିଦ୍ୟୁତ୍‌ ଖୁଣ୍ଟ ବିପଦ ସଂକୁଳ ଅବସ୍ଥାରେ ରହିଛି। କେତେବେଳେ ଯେ ଏହା ଭୁଶୁଡ଼ି ପଡ଼ିବ, ତାହା କହିହେବ ନାହିଁ। ପ୍ରକାଶ ଯେ, ସେଠାରେ ଗତବର୍ଷ ବ୍ରିଜ୍‌ କାମ ଚାଲିଥିବା ବେଳେ ବ୍ରିଜ୍‌ଟି ଭାଙ୍ଗି ଯାଇଥିଲା। ଏହା ପରେ ଡ୍ରେନ୍‌ ପାଣି ନିକଟରେ ଥିବା ଅପାର୍ଟମେଣ୍ଟ୍‌ କଲୋନିରେ ପଶିଥିଲା। ଫଳରେ ୩ଶହ ପରିବାର ଡ୍ରେନ୍‌ ପାଣି ଘେରରେ ରହିଥିଲେ। ଏହା ପରେ ବ୍ରିଜ୍‌ କାମ ହୋଇଥିଲେ ମଧ୍ୟ ସେଠାରେ ଥିବା ବିଦ୍ୟୁତ୍‌ ଖୁଣ୍ଟର ସୁରକ୍ଷା କରାଗଲା ନାହିଁ। ସେଠାରେ ଖୁଣ୍ଟ ମୂଳରେ ପ୍ରାୟ ୪ଫୁଟ୍‌ର ଗାତ ହୋଇଛି। ସ୍ଥାନୀୟ ଅଧିବାସୀ ଭୀଷ୍ମ ନାରାୟଣ ନାୟକଙ୍କ କହିବା ଅନୁଯାୟୀ, ଏହି ଖୁଣ୍ଟ କେତେବେଳେ ଯେ ଭୁଶୁଡ଼ି ପଡ଼ିବ, ତାହା କହିହେବ ନାହିଁ। ବିଭାଗୀୟ କର୍ତୃପକ୍ଷ ବ୍ରିଜ୍‌ କାମ କରିଥିଲେ ମଧ୍ୟ ଖୁଣ୍ଟର ସୁରକ୍ଷା ପାଇଁ କିଛି କଲେ ନାହିଁ। ସେହିପରି ବିଦ୍ୟୁତ୍‌ ବିଭାଗ ମଧ୍ୟ ଚୁପ୍‌ ହୋଇ ବସିରହିଛି।

ସମ୍ବନ୍ଧିତ ଖବର