ବାରଙ୍ଗ: ଦାରୁଠେଙ୍ଗ ଗ୍ରାମରେ ପ୍ରସିଦ୍ଧ ପରମେଶ୍ୱରଙ୍କ ଯାତ୍ରା ମହୋତ୍ସବ ସୋମବାର ଆରମ୍ଭ ହୋଇଯାଇଛି। ଗତକାଲି ସନ୍ଧ୍ୟାରେ ପାରମ୍ପରିକ ବାଦ୍ୟ ଓ ରୋଶଣିରେ ଗାଁ ଦାଣ୍ଡ ଦୁଲୁକି ଉଠିଥିଲା। ରାମ ମନ୍ଦିରଠାରୁ ନୂଆ ଠାକୁର (ରାଧାକୃଷ୍ଣ ଦେବ) ଓ ପରମେଶ୍ବରଙ୍କ ଚଳନ୍ତି ପ୍ରତିମା ବାହାରିଥିଲେ। ମହାଦେବ ମନ୍ଦିରରୁ ଚନ୍ଦ୍ରଶେଖର, ମଠସାହିରୁ ଗୋପଳଜିଉ, କଣ୍ଟାବାଡ଼ର ଗୋପୀନାଥଦେବ ଆସିଥିଲେ। ପଞ୍ଚୁଦୋଳଙ୍କ ଚଳନ୍ତି ପ୍ରତିମା ରାମ ମନ୍ଦିରଠାରୁ ଏକାଠି ବାହାରି ଗ୍ରାମ ପରିକ୍ରମା କରି ଭୋଗ ଖାଇ ଅବିର ଖେଳିଥିଲେ। ପରମେଶ୍ବରଙ୍କ ପୀଠରେ ପ୍ରଧାନ ସାହି, ତଳ ସାହି, ନୂଆଗଡ଼ ସାହି, ଜେଠି ସାହି, ବାହୁବଳେନ୍ଦ୍ର ସାହି, ବ୍ରାହ୍ମଣ ସାହି, ମଠସାହିର ବୃଷଭ ଏକାଠି ହୋଇ ପଣା ପିଇ ଅବିର ଲାଗି ହେବା ପରେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଗ୍ରାମ ପରିକ୍ରମା କରି ପରମେଶ୍ବରଦେବଙ୍କ ମେଳଣ ମଣ୍ତପଠାରେ ବିଜେ ହୋଇଛନ୍ତି ଚଳନ୍ତି ପ୍ରତିମାମାନେ। ସେଠାରେ ତିନି ରାତି ଆୟୋଜନ ହୋଇଥିବା ଯାତ୍ରା ଦେଖିବେ। ଦଶମୀ ଦିନ ପରମେଶ୍ବରଙ୍କ ସହ ଚନ୍ଦ୍ରଶେଖର ଦେବଙ୍କ ହରିହର ଭେଟ ହେବ। ଉଭୟ ଦେବ ଯମୁନା ସ୍ନାନ କରିବା ପରେ ସର, ଲବଣି ଖାଇ ମନ୍ଦିର ପ୍ରବେଶ କରିବେ। ପରମ୍ପରା ଅନୁଯାୟୀ, ପରମେଶ୍ବରଦେବ ହୋଲିଠାରୁ ମନ୍ଦିରରୁ ବାହାରି ବ୍ରାହ୍ମଣ ଘରେ ପୂଜା ପାଇଛନ୍ତି। ଦଶମୀ ପରେ ମନ୍ଦିର ପ୍ରବେଶ କରିବେ ଓ ଯାତ୍ରା ସଂପୂର୍ଣ୍ଣ ହେବ।
ଦାରୁଠେଙ୍ଗ ପରମେଶ୍ବର ଯାତ୍ରା ଆରମ୍ଭ
/sambad/media/post_attachments/wp-content/uploads/2019/03/Untitled-15-19.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)