ଡିଏଭି ଚନ୍ଦ୍ରଶେଖରପୁରରୁ ୩୯ କିଶୋର ବୈଜ୍ଞାନିକ

କେଭିପିଓ୍ଵାଇ ଚୂଡ଼ାନ୍ତ ପରୀକ୍ଷା ଫଳ

ଚନ୍ଦ୍ରଶେଖରପୁର: କେନ୍ଦ୍ର ସରକାରଙ୍କ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଅନ୍ତର୍ଗତ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ତଥା ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନ, ବେଙ୍ଗାଲୁର ଆନୁକୂଲ୍ୟରେ ପରିଚାଳିତ ସମ୍ମାନଜନକ କିଶୋର ବୈଜ୍ଞାନିକ ପ୍ରୋତ୍ସାହନ ଯୋଜନା (କେଭିପିଓ୍ଵାଇ)ର ଚୂଡ଼ାନ୍ତ ପରୀକ୍ଷାଫଳ ପ୍ରକାଶ ପାଇଛି। ପୂର୍ବ ବର୍ଷମାନଙ୍କ ପରି ଚଳିତ ଥର ମଧ୍ୟ ଡିଏଭି ପବ୍ଲିକ୍‌ ସ୍କୁଲ୍‌, ଚନ୍ଦ୍ରଶେଖରପୁରର ସର୍ବାଧିକ ୩୯ଜଣ ଛାତ୍ରଛାତ୍ରୀ ଏଥିରେ ସମ୍ମାନିତ ହୋଇ ରାଜ୍ୟ ପାଇଁ ସର୍ବଶ୍ରେଷ୍ଠ ସଫଳତା ଆଣିଛନ୍ତି। ଗତବର୍ଷ, ଡିଏଭି ଚନ୍ଦ୍ରଶେଖରପୁରର ୩୪ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ। ଚଳିତବର୍ଷ ଚୂଡ଼ାନ୍ତ ମୌଖିକ ପରୀକ୍ଷା ନିମନ୍ତେ ଏହି ବିଦ୍ୟାଳୟରୁ ସର୍ବାଧିକ ୫୧ ଜଣ ବିଦ୍ୟାର୍ଥୀ ମନୋନୀତ ହୋଇଥିଲେ। ପ୍ରକାଶଯୋଗ୍ୟ ଗତ ୧୫ ବର୍ଷ ଧରି ଡିଏଭି ଚନ୍ଦ୍ରଶେଖରପୁର କେଭିପିଓ୍ଵାଇରେ ସମଗ୍ର ରାଜ୍ୟର ସର୍ବଶ୍ରେଷ୍ଠ ବିଦ୍ୟାଳୟ ତଥା ଦେଶର ପ୍ରମୁଖ ଶିକ୍ଷାନୁଷ୍ଠାନର ମାନ୍ୟତା ଲାଭ କରିଆସୁଛି। ଏହି କିଶୋର ବୈଜ୍ଞାନିକଗଣ ପ୍ରୋତ୍ସାହନ ଓ ମେଧାବୃତ୍ତି ସହ ମୌଳିକ ବିଜ୍ଞାନରେ ଉଚ୍ଚତର ଗବେଷଣା ନିମନ୍ତେ ଦେଶର ପ୍ରମୁଖ ଶିକ୍ଷାନୁଷ୍ଠାନର ନାମ ଲେଖାର ସୁଯୋଗ ଲାଭ କରିପାରିବେ। ଛାତ୍ରଛାତ୍ରୀଙ୍କ ଏହି ସଫଳତା ପାଇଁ ବିଦ୍ୟାଳୟ କର୍ତୃପକ୍ଷ ସଂପୃକ୍ତ ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକ ଏବଂ ଏହାର ଭାରପ୍ରାପ୍ତ ଶିକ୍ଷକ ନିରଞ୍ଜନ ସ୍ୱାଇଁ ଓ ଅନ୍ୟମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର