ଡିଏଭି ଚନ୍ଦ୍ର‌ଶେଖରପୁର ରାଷ୍ଟ୍ରୀୟ ଚାମ୍ପିଅନ, ଗାନ୍ଧୀଜୀଙ୍କ ଜୀବନୀକୁ ନେଇ କୁଇଜ୍‌

0

ଭୁବନେଶ୍ୱର: ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ବର୍ଷ ଉପଲକ୍ଷେ ତାଙ୍କ ଜୀବନୀ ଓ କୃତିକୁ ନେଇ ଭାରତ ସରକାରଙ୍କ ନ୍ୟାସନାଲ କାଉନସିଲ୍‌ ଅଫ୍‌ ସାଇନ୍ସ ମ୍ୟୁଜିୟମ୍‌, ସଂସ୍କୃତି ମନ୍ତ୍ରାଳୟ ଦ୍ୱାରା ଆୟୋଜିତ ଜାତୀୟ କୁଇଜ୍‌ ପ୍ରତିଯୋଗିତାରେ ଡିଏଭି ପବ୍ଲିକ୍‌ ସ୍କୁଲ, ଚନ୍ଦ୍ରଶେଖରପୁର ରାଷ୍ଟ୍ରୀୟ ଚାମ୍ପିଅନ୍‌ ଆଖ୍ୟା ଅର୍ଜନ କରିଛି। ସାଇନ୍ସ ସିଟି, କୋଲକାତାଠାରେ ଅନୁଷ୍ଠିତ ହୋଇଥିବା ଏହି କୁଇଜ୍‌ ପ୍ରତିଯୋଗିତାରେ ସମଗ୍ର ଦେଶରୁ ୨୨ଟି ବଛା ବଛା ଶିକ୍ଷାନୁଷ୍ଠାନ ଭାଗ ନେଇଥିଲେ। ୫ଟି ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଫାଇନାଲରେ ହୋଲି ଫ୍ୟାମିଲି ସ୍କୁଲ, ଗୋଆକୁ ପରାସ୍ତ କରି ଡିଏଭି ଚନ୍ଦ୍ରଶେଖରପୁର ଚାମ୍ପିଅନ୍ ହୋଇଥିଲା। ପୁରସ୍କାର ସ୍ବରୂପ ଟ୍ରଫି, ସନନ୍ଦପତ୍ର ଓ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ଏହାପୂର୍ବରୁ ରାଜ୍ୟସ୍ତରୀୟ କୁଇଜ୍‌ରେ ମଧ୍ୟ ଡିଏଭି ଚନ୍ଦ୍ରଶେଖରପୁର ଶ୍ରେଷ୍ଠ ସ୍ଥାନ ହାସଲ କରିଥିଲା। କୁଇଜ୍‌ ଶିକ୍ଷକ ଡ. ସର୍ବଦମନ ସିଂହଙ୍କ ଦିଗ୍‌ଦର୍ଶନରେ ଅଷ୍ଟମ ଶ୍ରେଣୀ ଛାତ୍ର ଅମ୍ରିତାଂଶୁ ରଥ ଓ ଦଶମ ଶ୍ରେଣୀର ଶୋଭନ ସୌରଭ ମହାନ୍ତି ଏଥିରେ ଅଂଶଗ୍ରହଣ କରିଥିଲେ। ବିଦ୍ୟାଳୟରେ ସେମାନଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଧିତ କରାଯିବ ବୋଲି ବିଦ୍ୟାଳୟ କର୍ତ୍ତୃପକ୍ଷ ଜଣାଇଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.