ଡିଏଭି ଛାତ୍ରୀ ମୃତ୍ୟୁ ଘଟଣା: ଆସିଲା ବ୍ୟବଚ୍ଛେଦ ରିପୋର୍ଟ

ଭୁବନେଶ୍ୱର: କ୍ୟାପିଟାଲ ଥାନା ଅଧୀନ ୟୁନିଟ୍‌-୮ ଡିଏଭି ବିଜିନେସ୍‌ ସ୍କୁଲ ବାଣିଜ୍ୟ ବିଭାଗର ଦ୍ୱିତୀୟ ବର୍ଷର ଛାତ୍ରୀ ତାନିଆ ବାନାର୍ଜୀଙ୍କ ମୃତ୍ୟୁ ଘଟଣାରେ ବ୍ୟବଚ୍ଛେଦ ରିପୋର୍ଟ ଆଜି ପୁଲିସର ହସ୍ତଗତ ହୋଇଛି। ତେବେ ବ୍ୟବଚ୍ଛେଦ ରିପୋର୍ଟ ଅନୁଜାୟୀ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଥିବା ଜଣାପଡ଼ିିଛି ବୋଲି ଡିସିପି ସତ୍ୟବ୍ରତ ଭୋଇ ସୂଚନା ଦେଇଛନ୍ତି।

ପ୍ରକାଶ ଥାଉକି, ସୋମବାର ରାତିରେ ଡିଏଭି ବିଜିନେସ୍‌ ସ୍କୁଲ ଛାତ୍ରୀ ହଷ୍ଟେଲ୍‌ରେ ତାନିଆଙ୍କ ୩/୪ଜଣ ସହପାଠିନୀଙ୍କ କିଛି କସ୍‌ମେଟିକ୍ସ ଚୋରି ହୋଇ ଯାଇଥିଲା। ଖୋଜାଖେଜି ପରେ ସହପାଠିନୀମାନେ ତାନିଆଙ୍କଠାରୁ ଏହି କସ୍‌ମେଟିକ୍ସ ପାଇଥିଲେ। ଏହକୁ ନେଇ ତାନିଆ ଅପମାନିତ ଅନୁଭବ କରିଥିଲେ। ସେ ସେମିତି କିଛି କରି ନାହାନ୍ତି ବୋଲି କହିଲେ ବି ଅନ୍ୟମାନେ ମାନି ନ ଥିଲେ। ଏନେଇ ତାନିଆ ଓ ସହପାଠିନୀମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପାଟିତୁଣ୍ଡ ଯୋଗୁଁ ତାନିଆଙ୍କ ରୁମ୍‌ମେଟ୍‌ ମଧ୍ୟ ଅନ୍ୟ ଏକ ରୁମ୍‌ରେ ଶୋଇ ପଡ଼ିଥିଲେ। ତାନିଆ ଏ ସଂପର୍କରେ ମା’ କେୟାଙ୍କୁ ଫୋନ୍‌କରି ଜଣାଇଥିଲେ। କିନ୍ତୁ ପରଦିନ ସକାଳୁ ସବୁ ଓଲଟପାଲଟ୍‌ ହୋଇଯାଇଥିଲେ। ରାତିରେ ରୁମ୍‌ରେ ଏକୁଟିଆ ଥିବା ତାନିଆ ନିଜ ଓଢ଼ଣିରେ ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଥିଲେ।

ସମ୍ବନ୍ଧିତ ଖବର