ଡିଏଭି ଛାତ୍ରୀ ଆତ୍ମହତ୍ୟା ମାମଲା : ମାନବାଧିକାର କମିସନଙ୍କ ନୋଟିସ୍‌

ଭୁବନେଶ୍ୱର : କ୍ୟାପିଟାଲ ଥାନା ଅଧୀନ ୟୁନିଟ-୮ ଡିଏଭି ଛାତ୍ରୀ ତାନିଆ ବାନାର୍ଜି ଆତ୍ମହତ୍ୟା ଘଟଣାରେ ଆଜି ରାଜ୍ୟ ମାନବାଧିକାର କମିସନ ସ୍କୁଲ କର୍ତୃପକ୍ଷ ଓ ଭୁବନେଶ୍ୱର ଡିସିପିଙ୍କ ନୋଟିସ୍‌ ଜାରି କରିଛନ୍ତି। ତୁରନ୍ତ ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ଦେବାକୁ କମିସନ ଡିସିପି ଓ ସ୍କୁଲ କର୍ତୃପକ୍ଷଙ୍କୁ ନିର୍ଦେଶ ଦେଇଛନ୍ତି। ଦୋଷୀଙ୍କୁ ଉଚିତ ଦଣ୍ଡ, ସ୍କୁଲ କର୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ଛାତ୍ରୀଙ୍କ ଅଭିଭାବକଙ୍କ କ୍ଷତିପୂରଣ ସହିତ ତାଙ୍କର ସଂପୂର୍ଣ ଫି ରାଶି ଫେରସ୍ତ କରିବା ନିମେନ୍ତ କମିସନ ନିର୍ଦେଶ ଦେଇଛନ୍ତି। ଆସନ୍ତା ୩ ସପ୍ତାହ ମଧ୍ୟରେ ଡିସିପି ଏ ସମ୍ପର୍କରେ କମିସନଙ୍କୁ ଘଟଣାର ବିସ୍ତୁତ ରିପୋର୍ଟ ପ୍ରଦାନ କରିବେ। କମିସନଙ୍କ ଏଭଳି ନିର୍ଦେଶ ସ୍କୁଲ କର୍ତୃପକ୍ଷଙ୍କୁ ଝଟକା ଲାଗିଛି।

ଏଠାରେ ପ୍ରକାଶଥାଉକି ଗତ ନଭେମ୍ବର ୨୭ ତାରିଖ ରାତିରେ ଡିଏଭିର ବିକମ ଛାତ୍ରୀ ତାନିଆ ବାନାର୍ଜି ତାଙ୍କ ରୁମ୍‌ରେ ବେକରେ ଓଢ଼ଣୀ ବାନ୍ଧି ଆତ୍ମହତ୍ୟା କରିଥିଲେ। ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଥିଲା। ଦୁଇ ଦିନ ତଳେ ତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ପୁଲିସର ହସ୍ତଗତ ହୋଇଥିଲା। କିନ୍ତୁ ତାନିଆଙ୍କ ବାପାମା’ ଏହାକୁ ଅସ୍ୱୀକାର କରିଥିଲେ। ପୁଲିସ ତଦନ୍ତ ଉପରେ ସେମାନେ ସନ୍ଦେହ ପ୍ରକଟ କରିଛନ୍ତି। କହିଛନ୍ତି ଜଣେ ଆଇଏଏସ ଅଧିକାରୀଙ୍କ ଝିଅ ପାଇଁ ପୁଲିସ ତଦନ୍ତ ଆଗେଇ ପାରୁନାହିଁ।

ସମ୍ବନ୍ଧିତ ଖବର