ରେଳଧାରଣାରୁ ମୃତଦେହ ଜବତ

ଭୁବନେଶ୍ୱର: ତ୍ରିନାଥ ବସ୍ତି ନିକଟ ରେଳଧାରଣରୁ ରେଳବାଇ ପୁଲିସ ଜଣେ ବ୍ୟକ୍ତିଙ୍କ ମୃତଦେହ ଜବତ କରିଛି। ମୃତକ ହେଲେ, ଶଙ୍କର୍ଷଣ ମହାନ୍ତି (୫୨)। ଘର ଖୋର୍ଧା ଜିଲ୍ଲା ଜଟଣୀ କୁସୁମାଟି ଅଞ୍ଚଳରେ। ଏଠାରେ ସେ ରେଲେଓ୍ଵ ଇଲେକ୍ଟ୍ରି ବିଭାଗରେ କାମ କରୁଥିଲେ। ପୁଲିସ ସୂଚନା ମୁତାବକ, ଆଜି ଦିନ ପ୍ରାୟ ୯ଟାରେ ମଞ୍ଚେଶ୍ୱର-ବାଣୀବିହାର ମଝିରେ ଥିବା ତ୍ରିନାଥ ବସ୍ତି ନିକଟ ରେଳ ଧାରଣାରେ ଶଙ୍କର୍ଷଣଙ୍କ ଶବ ପଡ଼ିଥିବା ଦେଖିବାକୁ ମିଳିଥିଲା। ଖବର ପାଇ ରେଳବାଇ ଥାନା ପୁଲିସ ତାଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ତେବେ ଶଙ୍କର୍ଷଣଙ୍କ ମୃତ୍ୟୁ ନେଇ ପୁଲିସ ସନ୍ଦେହ କରିଛି। ସେ ଟ୍ରେନ୍‌ରୁ ଖସିପଡ଼ିଛନ୍ତି ନା ତାଙ୍କୁ  ଟ୍ରେନ୍‌ରୁ ଠେଲି ହତ୍ୟା କରାଯାଇଛି, ତାହା ଜଣାପଡ଼ି ନାହିଁ। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟତା ପଦାକୁ ଆସିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର