ଅଧାରୁ ଫେରିଗଲା ବିଡିଏ

ଝାରପଡ଼ାରେ ଜବରଦଖଲ ଉଚ୍ଛେଦକୁ ବିରୋଧ

ଭୁବନେଶ୍ୱର :  ଝାରପଡ଼ା ଅଞ୍ଚଳର ଗଣେଶ ମଣ୍ଡପ ଛକରେ ଆଜି ଏକ ଜବରଦଖଲ ଉଚ୍ଛେଦ ସମୟରେ ବିଡିଏକୁ ଝଟ୍‌କା ଲାଗିଛି। ଜବରଦଖଲକାରୀ ଏହି ଉଚ୍ଛେଦ ବିରୋଧରେ ହାଇକୋର୍ଟରେ ଅପିଲ କରିଥିବା କାଗଜପତ୍ର ଦେଖାଇଥିଲେ। ଫଳରେ ଉଚ୍ଛେଦକାରୀ ଦଳ ଆଉ ଉଚ୍ଛେଦ ନ କରି ଫେରି ଯାଇଥିଲା। ଆସନ୍ତା ୨୭ ତାରିଖରେ ଏ ସଂକ୍ରାନ୍ତରେ ହାଇକୋର୍ଟରେ ମାମଲାର ଶୁଣାଣି ହେବା। ଏହାପରେ ଉଚ୍ଛେଦ ସଂପର୍କରେ ନିଷ୍ପତ୍ତି ନିଆଯିବ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ କୁହାଯାଇଛି।

ଝାରପଡ଼ାର ଗଣେଶ ମଣ୍ଡପ ଛକରେ ସାଧାରଣ ପ୍ରଶାସନ ବିଭାଗର ଅଧ ଏକର ଜମି ରହିଛି। ଏହି ଜମିକୁ ଜଣେ ଜବରଦଖଲ କରି ରଖିଛନ୍ତି। ଏହାକୁ ଉଚ୍ଛେଦ କରିବା ପାଇଁ ସେପ୍ଟେମ୍ବର ୧୩ତାରିଖରେ ବିଡିଏକୁ ଚିଠି ଲେଖିଥିଲା ସାଧାରଣ ପ୍ରଶାସନ ବିଭାଗ। ଏହି ଚିଠି ଆଧାରରେ ଆଜି ଉଚ୍ଛେଦକାରୀ ଦଳ ଉଚ୍ଛେଦସ୍ଥଳରେ ପହଞ୍ଚିଥିଲେ। ଉଚ୍ଛେଦ ଆରମ୍ଭ ହେବା ମାତ୍ରେ ସଂପୃକ୍ତ ବ୍ୟକ୍ତି ଜଣକ ଏହାର ପ୍ରତିବାଦ କରିଥିଲେ ଏବଂ ହାଇକୋର୍ଟରେ ଅପିଲ କରିଥିବା କାଗଜ ଦେଖାଇଥିଲେ। ଫଳରେ ଉଚ୍ଛେଦ କାର୍ଯ୍ୟକୁ ବନ୍ଦ ରଖାଯିବା ସହିତ ଉଚ୍ଛେଦକାରୀ ଦଳ ଫେରି ଯାଇଥିଲା।

ସମ୍ବନ୍ଧିତ ଖବର