ସହିଦ ନଗର ଥାନାରେ ଉତ୍ତେଜନା: କଂଗ୍ରେସ ନେତା ମାନସ ଚୌଧୁରୀଙ୍କ ସହ ସମର୍ଥକଙ୍କ ଧାରଣା

ଭୁବନେଶ୍ୱର: ରାଜଧାନୀର ସହିଦ ନଗର ଥାନାରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ଦେଖାଯାଇଛି। କଂଗ୍ରେସ ନେତା ମାନସ ଚୌଧୁରୀଙ୍କ ସହ ସମର୍ଥକମାନେ ଏଠାରେ ଧାରଣା ଦେଇଛନ୍ତି। ଲୁଟେରାକୁ ଗିରଫ ଦାବି କରି ସମର୍ଥକମାନେ ଧାରଣାରେ ବସିଛନ୍ତି।

ସୂଚନାଯୋଗ୍ୟ ମାନସ ଚୌଧୁରୀଙ୍କ ପୁଅ ବୈଭବଙ୍କ ଠାରୁ ଲୁଟେରା ମାନେ ସୁନା ଚେନ୍‌ ଲୁଟ୍‌ କରିଥିଲେ। ଏ ନେଇ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସର ନିଷ୍କ୍ରିୟତା ଯୋଗୁଁ ଅଭିଯୁକ୍ତ ଏଯାଏଁ ଗିରଫ ହୋଇ ନ ଥିବା ସମର୍ଥକମାନେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର