ଡିଜାଇନ୍‌ ଇଣ୍ଟେରିୟର ଷ୍ଟୁଡିଓ ଉଦ୍‌ଘାଟିତ

ଭୁବନେଶ୍ବର : ଲୁଇସ୍‌ ରୋଡ୍‌ରେ କଟକ ହାଡ୍‌ୱେର୍‌ର ଦ୍ବିତୀୟ ଆଉଟ୍‌ଲେଟ୍‌ ଡିଜାଇନ୍‌ ଇଣ୍ଟେରିୟର ଷ୍ଟୁଡିଓ ଖୋଲିଛି। କଟକ ହାଡୱେର୍‌ ପକ୍ଷରୁ ଭୁବନେଶ୍ବରରେ ଏହା ଦ୍ବିତୀୟ ବର୍ଷରେ ଦ୍ବିତୀୟ ଷ୍ଟୋର୍‌। କଟକ ହାଡ୍‌ୱେର୍‌ର ସ୍ବତ୍ତ୍ବାଧିକାରୀ ରବୀନ୍ଦ୍ର କୁମାର ଗୁପ୍ତା, ଆଶିଷ କୁମାର ଗୁପ୍ତାଙ୍କ ଉପସ୍ଥିତିରେ ଅଭିନେତା ମିହିର ଦାସ ଷ୍ଟୋର୍‌କୁ ଉଦ୍‌ଘାଟନ କରିଥିଲେ। ରାଜେନ୍ଦ୍ର କୁମାର ଗୁପ୍ତା, ନରେନ୍ଦ୍ର କୁମାର ଗୁପ୍ତା, ଜିତେନ୍ଦ୍ର କୁମାର ଗୁପ୍ତା, ଦୀନେଶ କୁମାର ଗୁପ୍ତା, ନାଗେଶ ଗୁପ୍ତା, ରାଧେଶ୍ୟାମ ଗୁପ୍ତା, ୟୁରୋ ପ୍ରତୀକ କମ୍ପାନିର ସେଲ୍‌ସ ‌ମୁଖ୍ୟ ଅଙ୍କୁରଜୀ ଓ ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ। କଟକ ହାଡ୍‌ୱେର୍‌ର ଏହି ନୂଆ ଆଉଟ୍‌ଲେଟ୍‌ରେ ଇଣ୍ଟେରିୟର ଡିଜାଇନ୍‌ ପାଇଁ ସମସ୍ତ ସାମଗ୍ରୀ ଉପଲବ୍ଧ ହେଉଛି। ଆଗାମୀ ୨ ବର୍ଷ ମଧ୍ୟରେ ଆଉ ୨ଟି ଆଉଟ୍‌ଲେଟ୍‌ ଖୋଲିବ ବୋଲି ସ୍ବତ୍ତ୍ବାଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର