ଏକାଦଶୀରେ ଅବଢ଼ା ଅଭାବ

ପୁରୁଣା ଭୁବନେଶ୍ୱର : ଚାଲିଛି ପବିତ୍ର କାର୍ତ୍ତିକ ମାସର ପଞ୍ଚୁକ। ଅବଢ଼ା ପାଇବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି। ତେବେ ଆଜି ଏକାଦଶୀ ତିଥି ପାଇଁ ଅବଢ଼ା ପାଇଁ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା। ଅପରାହ୍ଣ ପ୍ରାୟ ୨ଟାରୁ ବାସୁଦେବ ମନ୍ଦିରରେ ଅବଢ଼ା ଶେଷ ହୋଇ ଯାଇଥିଲା। ଯାହା ଫଳରେ ବହୁ ଭକ୍ତ ଅବଢ଼ା ନପାଇ ଫେରିଥିଲେ। ପ୍ରତିଦିନ ପରି ଅବଢ଼ା ପ୍ରସ୍ତୁତ କରିଥିଲେ ମଧ୍ୟ ଅଧିକ ଭିଡ଼ ଯୋଗୁଁ ବାସୁଦେବ ମନ୍ଦିର‌ରେ ଅବଢ଼ା ଶେଷ‌ ହୋଇଯାଇଥିଲା। ଚାହିଦା ଅନୁଯାୟୀ ଅବଢ଼ା ପ୍ରସ୍ତୁତ ହୋଇ ନଥିବାରୁ ବହୁ ଶ୍ରଦ୍ଧାଳୁ ଖାଲି ହାତରେ ଫେରିଥିଲେ। ତେବେ ଅପରାହ୍ଣ ସାଢ଼େ ୪ଟା ପରେ ପୁଣି ଅବଢ଼ା ରନ୍ଧା ହୋଇ ଭୋଗ ଲାଗି ପରେ ବିକ୍ରି ହୋଇଥିଲା। ସେପଟେ ଶ୍ରୀଲିଙ୍ଗରାଜ ମନ୍ଦିରରେ ଅବଢ଼ା ପାଇଁ ସମାନ ଅବସ୍ଥା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର