ଭୁବନେଶ୍ୱର: ଜଗତ୍ ଜନନୀ ମା’ ଦୁର୍ଗା ବିଦାୟ ନେଉଛନ୍ତି। ମା’ଙ୍କ ବିଦାୟ ପାଇଁ ଭୁବନେଶ୍ୱରର ଭସାଣୀ ଉତ୍ସବ କମିଟି ପକ୍ଷରୁ ଭସାଣୀ ଉତ୍ସବର ଆୟୋଜନ କରାଯାଇଛି। ସହିଦନଗର, ନୟାପଲ୍ଲୀ ଓ ଚନ୍ଦ୍ରଶେଖରପୁର ଦୁର୍ଗା ମେଢ଼ ଗୁଡ଼ିକ ଶୋଭାଯାତ୍ରାରେ ବାହାରିଛି। ବିଳମ୍ବିତ ରାତି ଯାଏଁ ମା’ଙ୍କ ଭସାଣୀ ଶେଷ ହେବ। ରାଜଧାନୀ ଭୁବନେଶ୍ୱରର ବ୍ୟସ୍ତବହୁଳ ଜନପଥ ଆଜି ଜନପଥ ପାଲଟିଛି। ଗାଡ଼ିଚଳାଚଳ ପାଇଁ ଟ୍ରାଫିକ ପୁଲିସ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି।
ଦୁର୍ଗାଙ୍କ ମେଢ଼ଗୁଡ଼ିକୁ ଜଳାଶୟ ଅଭିମୁଖେ ବାହାରିଛି। ଶୋଭାଯାତ୍ରା ମାଷ୍ଟରକ୍ୟାଣ୍ଟିନ ଦେଇ ରାଜମହଲରେ ପହଂଚିବ। ଏହା ପରେ କୁଆଖାଇ ଅଭିମୁଖେ ବାହାରିବ। ମା’ଙ୍କ ଆଗରେ ପାରଂମ୍ପରିକ ବାଦ୍ୟ ଘଣ୍ଟ, ଶଙ୍ଖ, ଢ଼ୋଲ, ପାରଂପରିକ ନୃତ୍ୟ ପରିବେଷଣ କରାଯାଉଛି। ସେହିପରି ଏଲଇଡି ଓ ଲେଜର ଲାଇଟ୍ ଭସାଣୀ ଉତ୍ସବର ଗୁରୁତ୍ୱକୁ ବଢ଼ାଉଛି। ଡିଜେ ସାଉଣ୍ଡରେ ପୂଜା କମିଟିଗୁଡ଼ିକର ଯୁବକମାନେ ନାଚୁଛନ୍ତି।
/sambad/media/post_attachments/wp-content/uploads/2019/10/bhasani1.jpg)
ଭସାଣୀ ପାଇଁ ଆଜି ଅପରାହ୍ଣରେ ସହିଦନଗର ଦୁର୍ଗାପୂଜା ମଣ୍ଡପ ପଛପଟେ ଥିବା ପଡ଼ିଆ, ନୟାପଲ୍ଲୀ ଦୁର୍ଗାପୂଜା ପଡ଼ିଆ ଓ ଚନ୍ଦ୍ରଶେଖରପୁର ପଡ଼ିଆରେ ଶତାଧିକ ମେଢ଼ ପହଂଚିଥିଲା। ଭୁବନେଶ୍ୱର ଭସାଣୀ ଉତ୍ସବ କମିଟିର ତତ୍ତ୍ୱାବଧାନରେ ସହିଦନଗରରେ ପୂଜାର୍ଚ୍ଚନା କରାଯିବା ପରେ ମେଢଗୁଡ଼ିକ ଭସାଣୀ ପାଇଁ ଶୋଭାଯାତ୍ରାରେ ବାହାରିଛନ୍ତି। ଏଠାରେ ସହିଦନଗର, ବମିଖାଳ, ବାଣୀବିହାରଛକ, ପଳାଶୁଣୀ, ସତ୍ୟନଗର ଆଦି ସ୍ଥାନରୁ ଦୁର୍ଗା ମେଢ଼ଗୁଡ଼ିକ ଏକତ୍ର ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/bhasani.jpg)