୮ରୁ ଧଉଳି-କଳିଙ୍ଗ ମହୋତ୍ସବ : ସୁବାସ ପାଣି ପାଇବେ ବୁଦ୍ଧ ସମ୍ମାନ

ଭୁବନେଶ୍ବର : ଶାସ୍ତ୍ରୀୟ ଓ ସମରକଳା ନୃତ୍ୟକୁ ନେଇ ଆସନ୍ତା ୮ ତାରିଖରୁ ୩ ଦିନ ଧରି ଧଉଳି ପାଦଭୂମିରେ ଅନୁଷ୍ଠିତ ହେବ ‘ଧଉଳି-କଳିଙ୍ଗ ମହୋତ୍ସବ’। ଓଡ଼ିଶା ଡ୍ୟାନ୍ସ ଏକାଡେମି ଏବଂ ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଆର୍ଟ ଭିଜନ ସହଯୋଗରେ ଆୟୋଜିତ ହେବାକୁ ଯାଉଥିବା ଏହି ମହୋତ୍ସବରେ ଶାସ୍ତ୍ରୀୟ ନୃତ୍ୟରେ ନୂଆ ଉପଲବ୍ଧି ମିଳିବ। ଚଳିତ ବର୍ଷ ଗୀତ ଗୋବିନ୍ଦକୁ ଇଂରାଜୀରେ ଅନୁବାଦ କରିଥିବା ପ୍ରାକ୍ତନ ମୁଖ୍ୟ ଶାସନସଚିବ ସୁବାସ ପାଣିଙ୍କୁ ୧ ଲକ୍ଷ ଟଙ୍କାର ଅର୍ଥରାଶି ସହ ‘ବୁଦ୍ଧ ସମ୍ମାନ’ ପ୍ରଦାନ କରାଯିବ। ବିଶିଷ୍ଟ ବଂଶୀବାଦକ ମୋହିନୀ ମୋହନ ପଟ୍ଟନାୟକ, ଚଇତି ଘୋଡ଼ାନାଚ ଗୁରୁ ଉଚ୍ଛବ ଚରଣ ଦାସ, ଆମେରିକାରେ ଓଡ଼ିଶୀ ନୃତ୍ୟର ପ୍ରଚାର ପ୍ରସାରରେ ବିଶେଷ ଅବଦାନ ରଖିଥିବା ପ୍ରତାପ କୁମାର ଦାସ ଏବଂ କବି ତଥା ସମାଲୋଚକ କେଦାର ମିଶ୍ରଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ଅର୍ଥରାଶି ସହ ସମ୍ମାନିତ କରାଯିବ। ଆଜି ଓଡ଼ିଶା ଡ୍ୟାନ୍‌ସ ଏକାଡେମି ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପର୍ଯ୍ୟଟନ ବିଭାଗର ନିର୍ଦେଶକ ରବୀନ୍ଦ୍ର ପ୍ରତାପ ସିଂହ, ଉପ ନିର୍ଦେଶକ ଉତ୍ପଳ ପତି, ରତିକାନ୍ତ ପଟ୍ଟନାୟକଏକ‌ାଡେମିର ମୁଖ୍ୟ ଅରୁଣା ମହାନ୍ତି ଏବଂ ଆର୍ଟ ଭିଜନ୍‌ର ପ୍ରତିଷ୍ଠାତ୍ରୀ ଇଲିଆନା ସିତାରିଷ୍ଟ୍‌ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର