ଶତାକ୍ଷୀ ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା

ଭୁବନେଶ୍ୱର : ଶତାକ୍ଷୀ ମହିଳା ସଂଗଠନ ପକ୍ଷରୁ ମହିଳାମାନଙ୍କୁ ନେଇ ଝୋଟି, ରୋ‌ଷେଇ, ଶଙ୍ଖ, ହୁଳହୁଳି, ଏକକ ଅଭିନୟ ଓ ସଙ୍ଗୀତ ପ୍ରତିଯୋଗିତା ସଂଗଠନର କଳିଙ୍ଗନଗର କେ-୪ସ୍ଥିତ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ସଂଗଠନ ସଭାନେତ୍ରୀ ସବିତାରାଣୀ ପୃଷ୍ଟି ଓ ସମ୍ପାଦିକା ମମତା ବିଶ୍ବାଳଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ସବୁ ପ୍ରତିଯୋଗିତାରେ ସଂଗଠନର ସଭ୍ୟାଙ୍କ ସମେତ ଅନେକ ଗୃହିଣୀ ଭାଗ ନେଇଥିଲେ। ରୋ‌ଷେଇ ପ୍ରତି‌ଯୋଗିତାରେ ଅମୃତଭଣ୍ଡାରେ ୨୭ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ ହୋଇଥିଲା। ବିଚାରକ ଭାବରେ ଝୋଟିରେ ସ୍ବାଗତା ପଟ୍ଟନାୟକ ଓ ସୁଜାତା ମହାନ୍ତି ଯୋଗ ଦେଇଥିବା ବେଳେ ସଙ୍ଗୀତରେ ଅହଲ୍ୟା ମହାକୁଡ଼, ଅଭିନୟରେ ଭାଗ୍ୟଲକ୍ଷ୍ମୀ ମହାପାତ୍ର, ସଙ୍ଗୀତା ପଟ୍ଟନାୟକ, ରୋଷେଇରେ ଅହଲ୍ୟା ଓ ନୃସିଂହ ସାମଲ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର