ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ପ୍ରବନ୍ଧ ପୁସ୍ତକ ଲୋକାର୍ପିତ

ଭୁବନେଶ୍ବର: ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ଲିଖିତ ଇଂରାଜୀ ପ୍ରବନ୍ଧ ପୁସ୍ତକ ‘ଷ୍ଟପ୍ ଗ୍ଲୋବାଲ୍‌ ୱାର୍ମିଂ ଫ୍ରମ୍ ୟୋର୍ ସ୍କୁଲ୍‌’ ଲୋକାର୍ପିତ ହୋଇଯାଇଛି। ନୂଆପଲ୍ଲୀଠାରେ ଆୟୋଜିତ ଉତ୍ସବରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଯୋଗ ଦେଇ ପରିବେଶ ପ୍ରଦୂଷଣ ଜନିତ ସମସ୍ୟା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଇବା ଉପରେ ଗୁରୁତ୍ବାରୋପ କରିଥିଲେ। ଶିକ୍ଷାବିତ୍ ରମାକାନ୍ତ ମହାପାତ୍ର, ଭୁବନେଶ୍ବର ସିଟି କ୍ଲବ୍‌ର ସମ୍ପାଦକ ପ୍ରଦୀପ ରାଉତରାୟ, ମାଟି ଅନୁଷ୍ଠାନର ଅଧ୍ୟକ୍ଷା ବିଭାବରୀ ରଥ ଓ ଛାତ୍ର ନେତା ଆଶିଷ ବରିସଲ୍‌ ପ୍ରମୁଖ ଯୋଗ ଦେଇଥିଲେ। ଲେଖକ ଶ୍ରୀ ଶ୍ରୀଚନ୍ଦନ କହିଥିଲେ, ପରିବେଶ ସୁରକ୍ଷା ସମ୍ପର୍କ‌େର ଏବେ ଠାରୁ ସଚେତନ ହେଲେ ଏକ ସବୁଜ ସୁନ୍ଦର ପ୍ରଦୂଷଣ ମୁକ୍ତ ସମାଜ ଗଠନ ସମ୍ଭବ ହେବ।

ସମ୍ବନ୍ଧିତ ଖବର