ହକି ବିଶ୍ବକପ୍‌ ସମୟରେ ରିହାତି, ଖାଦ୍ୟ ଓ କିଣାକିଣିରେ ୫ରୁ ୨୦ ପ୍ରତିଶତ ଛାଡ଼

ଭୁବନେଶ୍ବର: ଆଉ କେହି କହି‌ବେନି, ଓଡ଼ିଶା କେଉଁଠି ? ହକି ବିଶ୍ବକପ୍‌ ଆୟୋଜନ ସହ ଓଡ଼ିଶାକୁ ଏଭଳି ଢଙ୍ଗରେ ଉପସ୍ଥାପିତ କରାଯାଉଛି ଯାହା ଦେଖିଲେ ଆଖି ଲାଖିଯିବ। ମନ କୁଣ୍ଢେମୋଟ ହୋଇଯିବ। ହକି ବିଶ୍ବକପ୍‌‌ ବେଳେ ଖାଦ୍ୟ ଓ ଅନ୍ୟ ଜିନିଷ କିଣାକିଣିରେ ୫ରୁ ୨୦ ପ୍ରତିଶତ ଛାଡ଼ କରାଯିବ। ଆକର୍ଷଣୀୟ ଅଫର୍‌ ମଧ୍ୟ ରହିବ। ଆତିଥ୍ୟ ପାଇଁ ଏମିତି ସଜବାଜ ହେଉଛି ଓଡ଼ିଶା। ହକି ବିଶ୍ବକପ୍‌ ସମୟରେ ଅତିଥିମାନଙ୍କୁ ସ୍ବତନ୍ତ୍ର ଭାବେ ସ୍ବାଗତ କରିବା ପାଇଁ ଏପରି ଉଦ୍ୟମ ଆରମ୍ଭ ହୋଇଛି। ଏହିଭଳି ଏକ ସ୍ବତନ୍ତ୍ର ଆତିଥ୍ୟର ନାଁ ‘ହକି ବିଶ୍ବକପ୍‌ ରିହାତି’ ରହିବ ବୋଲି ସୂଚନା ମିଳିଛି। ଖାଦ୍ୟ, ପୋଷାକ, ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀରେ ରିହାତି ଦେବାକୁ ବ୍ୟବସାୟୀମାନଙ୍କ ସହ ଆଲୋଚନା ସରିଛି। ହକି ବିଶ୍ବକପ୍‌ ଅବସରରେ ଓଡ଼ିଶା ସମ୍ବନ୍ଧରେ ଲୋକଙ୍କ ମନରେ ସ୍ବତନ୍ତ୍ର ଛାପ ଛାଡ଼ିବା ପାଇଁ ଏଭଳି ଉଦ୍ୟମ ହୋଇଥିବା ବେଳେ ଏଥିପାଇଁ ସମସ୍ତ ଛୋଟବଡ଼ ବ୍ୟବସାୟୀଙ୍କୁ ସହଯୋଗ କରିବା ପାଇଁ କୁହାଯାଇଛି। ବହୁ ବ୍ୟବସାୟୀ ମଧ୍ୟ ୫ରୁ ୨୦ ପ୍ରତିଶତ ରିହାତି ଦେବା ନେଇ ସ୍ବୀକୃତି ଦେଇଛନ୍ତି।

ସମ୍ବନ୍ଧିତ ଖବର