କିଟ୍‌ରେ ରାଜ୍ୟ ଶାରୀରିକ ଶିକ୍ଷା ଆଲୋଚନାଚକ୍ର

ଭୁବନେଶ୍ୱର : ଓଡ଼ିଶା ଶାରୀରିକ ଶିକ୍ଷା ବିକାଶ ପରିଷଦ ଆନୁକୂଲ୍ୟରେ କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ରବିବାର ଏକ ଶାରୀରିକ ଶିକ୍ଷା ବିକରଣ ସମ୍ବଧିତ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶାର ବିଭିନ୍ନ ଅଞ୍ଚଳର ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟର ଶାରୀରିକ ଶିକ୍ଷା ଶିକ୍ଷକ ଯୋଗ ଦେଇ ଓଡ଼ିଶାରେ ଏହାର ବର୍ତମାନର ସ୍ଥିତି ଏବଂ ଉନ୍ନତି ନିମନ୍ତେ ନିଆଯିବାକୁଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ। ମୁଖ୍ୟ ଅତିଥି ଭାବେ କିଟ୍‌ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଓ ରାଜ୍ୟସଭା ସାଂସଦ ପ୍ରଫେସର ଅଚ୍ୟୁତ ସାମନ୍ତ ଯୋଗଦେଇଥିଲେ। କିଟ୍‌ ବିଶ୍ୱବିଦ୍ୟାଳୟର କ୍ରୀଡ଼ା ନିର୍ଦେଶକ ଗଗନେନ୍ଦୁ ଦାସ, ଅବସରପ୍ରାପ୍ତ ଅଧ୍ୟକ୍ଷ ଡକ୍ଟର ଅଶୋକ କୁମାର ନାୟକ, ଡ. ଶକ୍ତିରଂଜନ ମିଶ୍ର, ଅବସରପ୍ରାପ୍ତ ଶାରୀରିକ ଶିକ୍ଷା ନିର୍ଦେଶକ ପ୍ରଭାକର ମଙ୍ଗରାଜ, ଡ. ଶ୍ୟାମସୁନ୍ଦର ମିଶ୍ର, ତାରିଣୀ ପ୍ରସାଦ ଦାସ, ରଂଜନ କୁମାର ସୁତାର, ଅଞ୍ଜନ କୁମାର ଖୁଣ୍ଟିଆ ପ୍ରଫେସର ସୁଶାନ୍ତ କୁମାର ଦାସ ପ୍ରମୁଖ ଏହି ଆଲୋଚନାଚକ୍ରରେ ଯୋଗ ଦେଇ ନିଜର ମତ ରଖିଥିଲେ।

ସମ୍ବନ୍ଧିତ ଖବର