ଓଡ଼ିଶାରେ ଆଦିବାସୀଙ୍କ ଶିକ୍ଷାର ସ୍ଥିତି ସଂପର୍କିତ ଆଲୋଚନା

ଭୁବନେଶ୍ୱର : ଆଇଡିଆଲ ଇଣ୍ଡିଆ ଫାଉଣ୍ଡେସନ୍‌ ଦ୍ୱାରା ‘ଓଡ଼ିଶାରେ ଆଦିବାସୀମାନଙ୍କ ଶିକ୍ଷାର ସ୍ଥିତି’ ଶୀର୍ଷକ ଏକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଓ ସମ୍ବର୍ଦ୍ଧନା ସଭା ଆଜି ସ୍ଥାନୀୟ ଇଡକଲ ଅଡିଟୋରିୟମଠାରେ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷା ବିକାଶର ମୂଳମନ୍ତ୍ର। ଶିକ୍ଷା ବିନା ସମାଜର ବିକାଶ ଅସମ୍ଭବ। ତେଣୁ ଆଦିବାସୀମାନେ ଶିକ୍ଷିତ ହେଲେ ଯାଇ ସେମାନେ ସମାଜର ବିକାଶଧାରାରେ ସାମିଲ ହୋଇପାରିବେ। ଆଦିବାସୀମାନଙ୍କ ବିକାଶ ନହେଲେ ଓଡ଼ିଶାର ସମାଗ୍ରିକ ବିକାଶ ହୋଇପାରିବ ନାହିଁ ବୋଲି ଆଜିର ଆଲୋଚନାଚକ୍ରରେ ଉପସ୍ଥିତ ଅତିଥିମାନେ ଆଲୋକପାତ କରିଥିଲେ।

ପ୍ରସନ୍ନ ବିଶୋୟୀ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଅନୁଷ୍ଠାନ ସମ୍ପାଦକ ଦୁର୍ଗା ପ୍ରସାଦ ସାମନ୍ତରାୟ ସଭାପତିତ୍ୱ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ, ସମ୍ମାନିତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସଞ୍ଜୟ ଦାଶବର୍ମା, ବିଜୁ ଯୁବ ଜନତା ଦଳ ରାଜ୍ୟ ସଭାପତି ଅମରେଶ ପତ୍ରୀ, ରାଜ୍ୟସଭା ସାଂସଦ ଡ.ଅଚ୍ୟୁତ ସାମନ୍ତ, କାର୍ଯ୍ୟକାରୀ ସଭାପତି ସଞ୍ଜିତ ମହାନ୍ତି, ଅନୁଷ୍ଠାନର ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ।

ଏହି ପରିପ୍ରେକ୍ଷୀରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥବା ବହୁ ସମାଜିକ ସଂଗଠନ ପକ୍ଷରୁ ରାଜ୍ୟସଭା ସାଂସଦ ଡ.ଅଚ୍ୟୁତ ସମାନ୍ତଙ୍କୁ ସମ୍ବର୍ଧିତ କରାଯାଇଥିଲା। ସମାଜିକ ସଂଗଠନମାନଙ୍କର ମୁଖ୍ୟମାନେ ଆଲୋଚନାଚକ୍ରର ବିଷୟବସ୍ତୁ ସମ୍ପର୍କରେ ନିଜର ମତ ରଖିିଥିଲେ। ଶେଷରେ ଅନୁଷ୍ଠାନର କୋଷାଧ୍ୟକ୍ଷ ରଂଜନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥଲେ।

ସମ୍ବନ୍ଧିତ ଖବର