ୟୁଥ୍‌ ଫର୍‌ ସେବାର ଦୀପାବଳି ଉତ୍ସବ

ଭୁବନେଶ୍ୱର : ଯୁବ ସଂଗଠନ ‘ୟୁଥ୍‌ ଫର୍‌ ସେବା’ ପକ୍ଷରୁ ଆଜି ସ୍ଥାନୀୟ ସତ୍ୟଭାମା ଦେବୀ ଶ୍ରାବ୍ୟ ବାଧିତ ମହାବିଦ୍ୟାଳୟଠାରେ ଦୀପାବଳି ପାଳିତ ହୋଇଯାଇଛି। ଦୀପ ଜାଳି ନୁହେଁ, ଦୀପକୁ ତୂଳୀରେ ରଙ୍ଗେଇ ଛାତ୍ରଛାତ୍ରୀଙ୍କ କଳାକୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଲୋଚନକୁ ଆଣିବାର ପ୍ରୟାସ କରାଯାଇଛି। ଏଥିରେ ମହାବିଦ୍ୟାଳୟର ୧୫୦ରୁ ଊର୍ଧ୍ୱ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ୫୦୦ରୁ ଊର୍ଧ୍ୱ ଦୀପରେ ରଙ୍ଗ ଦିଆଯାଇଥିଲା। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ପ୍ରତିଷ୍ଠାତ୍ରୀ ନିରୋଜାଲକ୍ଷ୍ମୀ ଦାସ, ସଂଗଠନର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଦସ୍ୟ ସ୍ୱୟଂ ପ୍ରକାଶ ବରାଳ ଓ ଯୁବ ସ୍ୱେଚ୍ଛାସେବୀମାନେ ଉପସ୍ଥିତ ଥିଲେ। ସଂଯୋଜକ ସୁବ୍ରତ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର