କଳିଙ୍ଗବିହାରରେ ବୁଲା କୁକୁର ଆତଙ୍କ

ଭୁବନେଶ୍ୱର : କିଛି ଦିନ ହେଲା କଳିଙ୍ଗବିହାର କେ-୪ ଅଞ୍ଚଳରେ ବୁଲା କୁକୁରଙ୍କ ଆତଙ୍କ ବଢ଼ି ବଢ଼ି ଚାଲିଛି। ମାସକ ଭିତରେ କୁକୁର କାମୁଡ଼ାରେ ପ୍ରାୟ ୭/୮ ଜଣ ଲୋକ ଘାଇଲା ହୋଇ ସାରିଲେଣି। ୨ ଦିନ ତଳେ ଏକ ଛୋଟ ଝିଅଟି ଘର ସମ୍ମୁଖରେ ଖେଳୁଥିବା ବେଳେ ବୁଲା କୁକର କାମୁଡ଼ାରେ ଗୁରୁତର ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛି। ବିଶେଷକରି ରାତି ହେଲେ ଏମାନେ ଅଧିକ ହିଂସ୍ର ହୋଇ ପଡ଼ୁଛନ୍ତି ଓ ପଥଚାରୀମାନଙ୍କୁ ଗୋଡ଼ାଉଛନ୍ତି। ବେଶି ସମସ୍ୟାରେ ପଡ଼ୁଛନ୍ତି ବାଇକ୍‌ ଆରୋହୀମାନେ। ଫଳରେ ଏବେ ଏମିତି ଭୟଙ୍କର ପରିସ୍ଥିତି ହୋଇଛି ଯେ ଛୋଟ ପିଲାମାନେ ଓ ବୟସ୍କ ଲୋକମାନେ ବାହାରକୁ ବାହାରିବାକୁ ଭୟ କରୁଛନ୍ତି। ତେଣୁ ମ୍ୟୁନିସିପାଲିଟି କର୍ତୃପକ୍ଷ ତୁରନ୍ତ ଏହି ସମସ୍ୟା ସମାଧାନ ପାଇଁ ଲୋକ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର