୨୯ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳିତ

ଭୁବନେଶ୍ୱର: ରାଜଧାନୀର ଟ୍ରକ ମାଲିକ ଓ ଡ୍ରାଇଭର ସଂଘ, ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଓ ରସୁଲଗଡ଼ ଟ୍ରକ ଟର୍ମିନାଲ ୨୯ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ କରିଛନ୍ତି। ଏହି ଅବସରରେ ସମସ୍ତ ଟ୍ରକ୍‌ ଚାଳକଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା।

କାର୍ଯ୍ୟକ୍ରମରେ ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଦୀପ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଚାଳକଙ୍କ ଚକ୍ଷୁ ପରୀକ୍ଷା ବିଷୟରେ କହିଥିଲେ। ଚକ୍ଷୁ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଚାଳନା ସମୟରେ ପ୍ରଥମେ ଆଖି ସମସ୍ତ ଖବର ମସ୍ତିଷ୍କକୁ ଜଣାଇଥାଏ। ମସ୍ତିଷ୍କର ନିର୍ଦ୍ଦେଶ ଅନୁସାରେ ଆମର ଅନ୍ୟ ଅଙ୍ଗ ଯଥା ବ୍ରେକ୍‌ ଓ ଗତି ପାଇଁ ଗୋଡ, ଷ୍ଟିଓରିଂ ପାଇଁ ହର୍ଣ୍ଣ ଚାଳନା ହାତ ଚାଳନା କରିବାକୁ ପଡ଼ିଥାଏ। ତେଣୁ ଚକ୍ଷୁର ଯତ୍ନ ନିହାତି ଦରକାର ବୋଲି ମହାନ୍ତି କହିଥିଲେ। ଏହି ଅବସରରେ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ମାନା ସିଂ ଗାଡ଼ି ଚାଳନା ସମୟରେ ସତର୍କତା ଅବଲମ୍ବନ ବିଷୟରେ ବୁଝାଇଥିଲେ। ସଡ଼କ ସୁରକ୍ଷା ସପ୍ତାହ ଏପ୍ରିଲ ୨୩ରୁ ୨୯ ପର୍ଯ୍ୟନ୍ତ ପାଳନ କରାଯାଏ।

ସମ୍ବନ୍ଧିତ ଖବର